ଆନ୍ତର୍ଜାତିକ ଯୋଗ ଦିବସ
ଆଜି ବିଶ୍ବ ବ୍ୟାପୀ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଉଛି। ୨୦୧୫ ମସିହାରୁ ପ୍ରତି ବର୍ଷ ଯୋଗ ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ପରି ଗଢ଼ି ତୋଳିବା ପାଇଁ ଯୋଗ’।
#WATCH | Odisha: Railways Minister Ashwini Vaishnaw performs Yoga in Balasore to mark the #9thInternationalYogaDay. pic.twitter.com/HOwK5BDcWe
— ANI (@ANI) June 21, 2023
ଶରୀର, ମନ , ଆତ୍ମାକୁ ସୁସ୍ଥ ରଖିଥାଏ ଯୋଗ । ଭାରତରେ ଯୋଗର ସୃଷ୍ଟି । ପ୍ରାଚୀନ ଶାରୀରିକ ବ୍ୟାୟାମ ଅଭ୍ୟାସର ଚିରନ୍ତନ ଉପକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଯୋଗ ଦିବସର ପରିକଳ୍ପନା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।୨୦୧୪ ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନରେ ଉଦ୍ବୋଧନ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସ ପାଳନ ପାଇଁ ବିଶ୍ବବାସୀଙ୍କୁ ଆହ୍ବାନ ଦେଇଥିଲେ । ଯୋଗର ଉପକାରିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ।
Sharing my message on International Day of Yoga. https://t.co/4tGLQ7Jolo
— Narendra Modi (@narendramodi) June 21, 2023