ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ସମୟ ଆସିଲେ ମଡେଲ ବି ବନିପାରେ ଟ୍ରକ ଡ୍ରାଇଭର । ସେଥିପାଇଁ ପାଇଁ ସେ ଟ୍ରେନିଂ ମଧ୍ୟ ନେଉଛନ୍ତି । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ, ଆଉ ଭାବୁଥିବେ ଜଣେ ମଡେଲଙ୍କର ଏପରି କି ପରିସ୍ଥିତି ପଡିଲା ଯେ, ସେ ଟ୍ରକ୍ ଡ୍ରାଇଭର ବନିବେ? ତେବେ ଆସନ୍ତୁ ଜାଣିବା କାହିଁ ସେ ମଡେଲରୁ ଟ୍ରକ୍ ଡ୍ରାଇଭର ବନିବାକୁ ଯାଉଛନ୍ତି । ପ୍ରକୃତ ଘଟଣାଟି ହେଉଛି, ବ୍ରିଟେନରେ ଟ୍ରକ୍ ଚଲାଇବା ପାଇଁ ଚାଳକଙ୍କ ଘୋର ଅଭାବ ରହିଛି । ଗାଡି ଅଛି କିନ୍ତୁ ଚଲାଇବା ପାଇଁ ଚାଳକ ମିଳୁନାହାନ୍ତି । ଯାହାକୁ ନେଇ ଟ୍ରାନ୍ସପୋଟିଂରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜଣେ ମିସ୍ ଇଂଲଣ୍ଡ ବ୍ୟୁଟିର ଫାଇନାଲିଷ୍ଟ ତଥା ଜଣେ ମଡେଲ ଟ୍ରକ୍ ଡ୍ରାଇଭର ବନିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲଞ୍ଚ ସୃଷ୍ଟି କରିଛି । ମହିଳାଙ୍କ ନାଁ ମିଲି ଏବର୍ଟ… ତାଙ୍କର ବୟସ ମାତ୍ର ୨୨ବର୍ଷ । ମିଲି ଜଣେ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପୂର୍ବରୁ କ୍ଷେତରେ ବାପାଙ୍କ ସହ ଟ୍ରାକ୍ଟର ଚଳାଇବାର ଅଳ୍ପ କିଛି ଅଭିଜ୍ଞାତା ରହିଥିଲା । ତେଣୁ ମିଲିଙ୍କ ପାଇଁ ହେବି ଟ୍ରକ୍ ଚଳାଇବା ସହଜ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆଜିର ଏଦୁନିଆରେ ଏପରି କୌଣସି କାମ ନାହିଁ ଯାହାକି ଝିଅମାନେ କରିନପାରିବେ । ୪୦ ବର୍ଷରୁ ଅଧିକ ବୟଷ୍କ ବ୍ୟକ୍ତି କେବଳ ହେଭି ଟ୍ରକ୍ ଚଳାଇପାରିବେ ତାହା ମଧ୍ୟ କେଉଠି ଲେଖା ହୋଇନାହିଁ । ବର୍ତ୍ତମାନ ମିଲି କ୍ଲାସ୍-୧ ଏବଂ କ୍ଲାସ୍-୨ ହେଭି ଗୁଡ୍ସ ଭେଇକିଲ୍ ଲାଇସେନ୍ସ ପାଇଁ ଟ୍ରେନିଂ ନେଉଛନ୍ତି । କାହିଁକି ନା ୪୪ଟନର ଲରି ଚଲାଇବା ଏତେ ସହଜ କଥା ନୁହେଁ । ତେବେ ଅନେକ ଘଟଣା ଏବଂ ପରିସ୍ଥିତିକୁ ନେଇ ମିଲି ଟ୍ରକ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Trending
- ବିଜେଡିର ବଡ଼ ଆକ୍ସନ , ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର
- ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Next Post