ଡିନର କରିବାର ଠିକ୍ ସମୟ କେତେବେଳେ, ଯାହାଦ୍ଵାରା ନିୟନ୍ତ୍ରଣ ରହିବ ଓଜନ
ଆପଣମାେନ ତ ଜାଣଇଥିେବ ଯେ ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ରାତିର ଡିନର ହେଉ କରିବାର ଏକ ସଠିକ୍ ସମୟ ରହିଥାଏ । ଯାହା ଫଳରେ ଆପଣ ଫିଟ ରହିଥାନ୍ତି ଏବଂ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇନଥାଏ । ବିଶେଷକରି ଲୋକମାନେ ଡିନର ବହୁତ ବିଳମ୍ବ କରନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହେବା ପରେ କିଛି ଖାଆନ୍ତି ନାହିଁ କିମ୍ବା ପିଅନ୍ତି ନାହିଁ ।ଆୟୁର୍ବେଦରେ କୁହାଯାଇଛି ଯେ ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ରହିବା ଉଚିତ୍ । ଏହି ସମୟରେ ଖାଉଥିବା ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକାଲି ଲୋକମାନେ ବିଳମ୍ବିତ ରାତିରେ ଖାଇବାରେ ଅଭ୍ୟସ୍ତ ହୋଇଯାଇଛନ୍ତି । ଲୋକମାନେ ରାତି ୯ ରୁ ୧୦ରେ ଡିନର କରନ୍ତି ଯାହା ଠିକ୍ ନୁହେଁ । ଶୀଘ୍ର ଡିନର କରିବା ଦ୍ୱାରା ଓଜନ କମିଯାଏ, ଏହା ଶରୀରକୁ ଅନେକ ଲାଭ ମଧ୍ୟ ଦେଇଥାଏ ।
ଡିନର କରିବାର ଉପଯୁକ୍ତ ସମୟ କ’ଣ ?
ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ସମୟ ହେଉଛି ସକାଳୁ ଉଠିବାର ୨ ଘଣ୍ଟା ପରେ ବ୍ରେକଫାଷ୍ଟ ଖାଇବା ଉଚିତ । ଆପଣ ୮ ରୁ ୯ ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ୍ । ସେହିପରି ଲଞ୍ଚ ୧ ରୁ ୨ ମଧ୍ୟରେ କରିବା ଭଲ । ଏଥିସହ ସନ୍ଧ୍ୟା ଭୋଜନ ୭ ଟା ପୂର୍ବରୁ ଖାଇବା ଉଚିତ୍ । ଯଦି ବିଳମ୍ବ ହେଉଛି ତେବେ ରାତି ୮ ଟା ପରେ ଡିନର କରନ୍ତୁ ନାହିଁ ।