ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ ପରିସ୍ଥିତିରେ ଅସଫଳତା କାରଣରୁ ସୃଷ୍ଟି ହୋଇଥାଏ। ମାତ୍ର ଗାଳି ଦେବା ଦ୍ୱାରା କିମ୍ବା ଶୁଣିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ ପଡିଥାଏ।ଏହା ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ବନ୍ଧକୁ ପ୍ରଭାବିତ ମଧ୍ୟ କରିଥାଏ। ଗାଳିର ପ୍ରୟୋଗ କିମ୍ବା ଶୁଣିବା ମାନସିକ ଦୁଃଶ୍ଚିନ୍ତା, ଅଶାନ୍ତି, ଉତ୍ତେଜନା ଓ ମନର ସ୍ଥିତିରେ ଅସ୍ଥିରତା ବୃଦ୍ଧି କରିଥାଏ।
ଗାଳି ଦେବାରୁ ନିଜକୁ କେମିତି ଦୁରେଇ ରଖିବେ..
ଗାଳି ଦେବାର ଅଭ୍ୟାସକୁ ଜାଣିବା ସହ ଏହାର ନକରାତ୍ମକ ପ୍ରଭାବ ପ୍ରତି ଧ୍ୟାନ ଦିଅନ୍ତୁ।ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ସହ ଭୁଲ୍ ଶବ୍ଦର ପ୍ରୟୋଗକୁ ପ୍ରଥମେ ଚିନ୍ତା କରନ୍ତୁ ଓ ବୁଝନ୍ତୁ।ସକରାତ୍ମକ ବିଚାର ଧାରା ବିକଶିତ କରନ୍ତୁ। ସଠିକ୍ ଦିଗରେ ଯାଆନ୍ତୁ।ନିଜ ବନ୍ଧୁ କିମ୍ବା ସାଙ୍ଗକୁ ସମର୍ଥନ କରିବା ସହ ତାଙ୍କର ଗାଳି ଦେବା ଅଭ୍ୟାସରୁ ମୁକ୍ତି ପାଇବା ପାଇଁ ସାହାଯ୍ୟ କରନ୍ତୁ।ଧ୍ୟାନ ଓ ସାଧନା କରି ମନକୁ ଶାନ୍ତ ରଖନ୍ତୁ। ଏହା ଗାଳି ଦେବା ଅଭ୍ୟାସକୁ ନିୟନ୍ତ୍ରଣ କରେ।ପ୍ରେରଣାଦାୟକ ବ୍ୟକ୍ତି କିମ୍ବା ଅନ୍ୟ ଜିନିଷ ଦ୍ୱାରା ନିଜ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ।ଅତ୍ୟଧିକ ରାଗ ଆସିବା ପରେ ଗାଳି ଦେଉଥିଲେ, ଏପରି ବାରମ୍ବାର ହେଉଥିଲେ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post