ଖରାପ ଲାଇଫ୍ଷ୍ଟାଇଲ୍ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର ତ୍ୱଚା ଏବଂ ଚୁଟି ଉପରେ ପଡିଥାଏ। ଯେମିତି କି ତ୍ୱଚାରେ ବ୍ରଣ, କଳାଦାଗ ଦେଖାଯିବା ଅଥବା ଶୀଘ୍ର ରିଙ୍କିଲ୍ସ ଆସିଯିବା। ସେହିପରି ଅସମୟରେ ଚୁଟି ପାଚିବା ସମସ୍ୟା ବି କେତେକଙ୍କଠାରେ ଦେଖାଯାଇଥାଏ। ତେବେ ଶୀଘ୍ର ଚୁଟି ପାଚିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛିଟା ଉପକାରୀ ଟିପ୍ସ ଉପରେ ଧ୍ୟାନ ଦେବାକୁ ହୋଇଥାଏ। ଯେମିତି କି ପ୍ରତିଦିନର ଖାଦ୍ୟ ତାଲିକାରେ ଅଣ୍ଡାକୁ ସାମିଲ କରିବା। ପ୍ରତି ୧୫ ଦିନକୁ ଥରେ ଦହି ଓ ଅଣ୍ଡାକୁ ମିଶାଇ ଚୁଟିରେ ଲଗାଇବା। ଏହି ମିଶ୍ରଣ ଉପକାରୀ ହୋମ୍ମେଡ୍ ହେୟାର୍ ମାସ୍କର କାମ କରିଥାଏ; ଯାହା ଚୁଟିକୁ ପ୍ରୋଟିନ୍ ପ୍ରଦାନ କରେ। କୁହାଯାଏ, ଚୁଟିରେ ପ୍ରୋଟିନ୍ କମ୍ ହେଲେ ବି ଅସମୟରେ ଏହା ପାଚିଯାଇଥାଏ। ସେହିପରି କଳା ରାଶିକୁ ରାତିସାରା ନଡିଆ ତେଲରେ ଭିଜାଇ ସକାଳେ ରାଶିକୁ ବାହାର କରି ସେହି ତେଲକୁ ଚୁଟିରେ ଲଗାଇଲେ ଏହି ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ମିଳିଥାଏ। ପିଆଜ ରସକୁ ପଇଡ ପାଣିରେ ମିଶାଇ ଚୁଟିରେ କିଛି ସମୟ ଲଗାଇଲା ପରେ ଚୁଟିକୁ ଭଲ ଭାବେ ସଫା କରିଦେବେ। କିଛି ଦିନ ଏମିତି କଲେ ଚୁଟି ଘନ, ଲମ୍ବା ହେବା ସହ ଶୀଘ୍ର ପାଚି ନ ଥାଏ ବୋଲି ବ୍ୟୁଟିସିଆନ୍ମାନେ ମତ ଦେଇଥାନ୍ତି।
Trending
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ