ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ପ୍ରତିକ୍ରିୟା ମିଳିନାହିଁ । ଋଣ ମାମଲାରେ ସମ୍ବାଦ HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ସେ ହାଜର ହୋଇ ନଥିଲେ ।ଏହାପରେ ଭୁବନେଶ୍ବର ସମ୍ବାଦ ଅଫିସରେ ଯାଞ୍ଚ କରୁଛି ୧୨ ଜଣିଆ ଇଓଡବ୍ଲ୍ୟୁ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କ୍ରାଇମବ୍ରାଞ୍ଚର ୧୨ ଜଣ ଡିଏସପି, ୬ ଜଣ ଇନିସପେକ୍ଟର । ସମ୍ବାଦ ଖବରକାଗଜ କର୍ମଚାରୀଙ୍କ ନାଁରେ ଋଣ ଉଠେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ପୂର୍ବତନ କର୍ମଚାରୀ EOWରେ ଅଭିଯୋଗ କରିଥିଲେ । ସମ୍ବାଦର HR ମୁଖ୍ୟଙ୍କ ନାଁରେ ଅଭିଯୋଗ କରିଥିଲେ ।
Trending
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
- ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
- ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ
- କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ
- ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
- ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
Prev Post
Next Post