୫୬ ବର୍ଷରେ ପାଦ ଦେଲେ ଦବଙ୍ଗ ଖାନ୍

୫୬ ବର୍ଷରେ ପାଦ ଦେଲେ ଦବଙ୍ଗ ଖାନ୍

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ବଲିଉଡର ମୋଷ୍ଟ ଆମେଜିଙ୍ଗ ବ୍ୟାଚଲର ସଲମାନ ଖାନ୍ ୫୬ବର୍ଷରେ ପର୍ଦାପଣ କରିଛନ୍ତି । ସେ ଡିସେମ୍ବର ୨୭, ୧୯୬୫ରେ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚରକଙ୍କ ଘରେ ଜନ୍ମ ହୋଇଥିଲେ । ନିଜର ଫିଟନେସ୍ ପାଇ ବଲିଉଡରେ ସବୁ ବେଳେ ଚର୍ଚ୍ଚାରେ ଥିବା ସଲମାନଙ୍କ ଲଭ ଲାଇଫକୁ ନେଇ ଅନେକ ଆଲୋଚନା ମଧ୍ୟ ହୁଏ । ୧୯୮୧ ରେ ସଲମାନ ‘ବିୱି ହୋ ତୋ ଏସି’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ସେ ‘ମୈଁନେ ପ୍ୟାର୍ କିୟା’ରେ ଜଣେ ମୁଖ୍ୟ ଅଭିନେତା ଭାବରେ କାମ କରିଥିଲେ। ଏହି ଫଲ୍ମଟି ତାଙ୍କ ଭାଗ୍ୟ ବଦଳାଇ ଦେଲା ।ସେ ନିଜର ଅଭୁଦ ଡାନ୍ସ ଓ ଫିଟନେସ ଜରିଆରେ ସମସ୍ତଙ୍କ ପାଇ ହିରୋ ପାଲଟି ଗଲେ । ଟାଇଗର, ଭାଇଜାନ, ସଲ୍ଲୁ ମିଆଁ, ଦବଙ୍ଗ ଖାନ୍ କହିଲେ ଲୋକ ତାଙ୍କୁ ଜାଣିଯିବେ ।ତାଙ୍କର ରେମାଣ୍ଟିକ,ଆକ୍ସନ ଫିଲ୍ମ ଦର୍ଶକଙ୍କ ମନକୁ ବିଭୋର କରିଦିଏ । ସେ ବଲିଉଡରେ ଅଧିକ ଆୟ କରୁଥିବା ଆକ୍ଟର ସହ ଏବେ ପର୍ଯ୍ୟନ୍ତ ବ୍ୟାଚଲର ଅଛନ୍ତି । କୁହାଯାଏ ସଲମାନ ବିବାହ କରିନାହାନ୍ତି ସତ କିନ୍ତୁ ତାଙ୍କର ଗଲ୍‌ଫ୍ରେଣ୍ଡର ଲମ୍ବା ଲିଷ୍ଟ । ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ। ନିଜର ଆଫେୟାର୍ସ ପାଇଁ ସେ ଅନେକ ଥର ବିବାଦ ମଧ୍ୟକୁ ଆସିଛନ୍ତି।
ସଂଗୀତା ବିଜଲାନି, ସୋମି ଅଲି, ଐଶ୍ୱର‌୍ୟ୍ୟା ରାୟ, କ୍ୟାଟ୍ରିନା କୈଫ ତାଙ୍କ ଜୀବନରେ ଏମିତି କେତେ ଝିଅ ଆସିଛନ୍ତି ଏବଂ ଯାଇଛନ୍ତି । । ୧୯ବର୍ଷରେ ତାଙ୍କର ପ୍ରଥମ ଗଲ୍‌ଫ୍ରେଣ୍ଡ ଥିଲେ ଶାହିନ୍ ଜାଫ୍ରି ।ଶାହିନ୍ ଜଣେ ମଡେଲ୍ ଭାବେ ଜଣାଶୁଣା । କିନ୍ତୁ ପରେ ତାଙ୍କ ଦୁଇ ଜଣଙ୍କର ବ୍ରେକଅଫ ହୋଇଥିଲା ପରେ ପ୍ରସିଦ୍ଧ ମଡେଲ ତଥା ୧୯୮୦ ର ମିସ୍ ଇଣ୍ଡିଆ ସଙ୍ଗୀତା ବିଜଲାନିଙ୍କୁ ଭେଟିଥିଲେ, ଉଭୟଙ୍କ ମଧ୍ୟରେ ପ୍ରେମ ବଢିବାରେ ଲାଗିଥିଲା । ସବୁଠୁ ଚର୍ଚ୍ଚାରେ ଥିଲା ଏøଶ୍ୱର୍ଯ୍ୟାଙ୍କ ସହ ତାଙ୍କ ଲଭ ରିଲେସନ୍ । ପରେ ତା ମଧ୍ୟ ଭାଙ୍ଗିଥିଲା । କ୍ୟାଟ୍ରିନାଙ୍କ ସହ ସଂର୍ପକ ମଧ୍ୟ ଚର୍ଚ୍ଚାର ବିଷୟ ଥିଲା । ନିଜର କଥାକୁ ନେଇ ବଲିଉଡରେ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ସଲମାନ । ଅନ୍ୟ କଳାକାରଙ୍କ ସହ ଝଗଡା ମଧ୍ୟ ତାଙ୍କୁ ଚର୍ଚ୍ଚାର ବିଷୟ କରେ ।

ଗତ କିଛି ଦିନ ତଳେ ତାଙ୍କୁ ସାପ କାମୁଡିଥିଲା । ପନବେଲ ସ୍ଥିତ ଫାର୍ମ ହାଉସ୍ରେ ଶନିବାର ବିଳମ୍ବିତ ରାତିରେ ଏକ ସାପ ସଲମାନ୍ଙ୍କୁ କାମୁଡ଼ିଛି। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍ଜିଏମ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ଭାଇଜାନ୍ଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନାହିଁ। ତାଙ୍କ ଅବସ୍ଥା ଭଲ ଅଛି। ସାପଟି ବିଷାକ୍ତ ନଥିବାରୁ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଏଣୁ ଖୁବ୍ଶୀଘ୍ର ସଲମାନ୍ ସୁସ୍ଥ ହେବେ ବୋଲି କୁହାଯାଉଛି। ଏବେ ସେ ନିଜ ଫାର୍ମ ହାଉସ୍ରେ ହିଁ ରେଷ୍ଟ ନେଉଛନ୍ତି ।ତେବେ ତାଙ୍କ ଜନ୍ମଦିନ ଅବସରରେ ଅନେକ ଷ୍ଟାର ,ଫ୍ୟାନ ମାନେ ୱିସ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।