ବଲିଉଡ଼ର ଖିଲାଡ଼ି କିଙ୍ଗ୍ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ନିକଟରେ ନିଜର ସ୍ନାତକୋତ୍ତର ସଫଳତାପୂର୍ବକ ସମାପ୍ତ କରିଛନ୍ତି । ଏନେଇ ଅକ୍ଷୟ କୁମାର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ୱିଙ୍କିଲ ଖନ୍ନାଙ୍କ ପାଇଁ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି ।‘ଦୁଇ ବର୍ଷ ପୂର୍ବରୁ ଯେତେବେଳେ ତୁମେ ପଢ଼ିବ ବୋଲି କହିଥିଲ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । କିନ୍ତୁ ଯେଉଁଦିନ ମୁଁ ଜାଣିଲି ଯେ ଅଫିସ୍, ଘର, ମୋତେ ଓ ପିଲାମାନଙ୍କ ସହ ତୁମ ଛାତ୍ର ଜୀବନକୁ ସଫଳତାର ସହ ମ୍ୟାନେଜ କରିପାରିଲ ସେଦିନ ଭାବିଲି ଯେ ମୁଁ ଜଣେ ସୁପର ୱୋମେନ୍ ସହ ବିବାହ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମୁଁ ଟିକେ ଅଧିକ ପଢ଼ିଥାନ୍ତି ତେବେ ଆଜି ତୁମ ସ୍ନାତକୋତ୍ତର ଅବସରରେ ଆଉ କିଛି ଶବ୍ଦ ଲେଖିପାରିଥାନ୍ତି ଯେ ମୋତେ କେତେ ଗର୍ବ ଅନୁଭବ ହେଉଛି, ଟିନା । ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଇ ଲଭ୍ ୟୁ । ଏହି ପୋଷ୍ଟରେ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସମାନେ କମେଣ୍ଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।
Trending
- ଜୁନ 20 ରେ ଆସିବେ ମୋଦୀ
- ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ
- ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶଙ୍କୁ ଭେଟିଲେ ମୋଦୀ
- ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି, ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି
- ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ
- ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ
- ବିମାନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ 1 କୋଟି ଦେବ ଟାଟାଗ୍ରୁପ
- ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, 241 ଯାତ୍ରୀ ମୃତ