ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ହଳଦୀ ଲୁକ୍‌ରେ କରିଶ୍ମା ତନ୍ନା ଆଜି ହେବ ବିବାହ

ମେଟ୍ରୋ ଟିଭି ଓଡିଶା,୪/୨ : ବଲିଉଡ୍ ଏବେ ବିବାହର ଋତୁ ସରିବାର ନା ଧରୁନି । ଜଣ ପରେ ଜଣେ ବିବାହ କରିବାରେ ଲାଗିଛନ୍ତି । ବିବାହ କରିବେ ପ୍ରସିଦ୍ଧ ଅଭିନେତ୍ରୀ କରିଶ୍ମା ତନ୍ନା। ଆଜି ପଡିବ ଦୁହିଁଙ୍କ ହାତଗଣ୍ଠି। ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କ ଧରିବେ ହାତ ।

https://www.instagram.com/p/CZjP1JBq1XH/?utm_source=ig_web_copy_link

ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେବ୍ରୁଆରୀ ୫ ଅର୍ଥାତ୍ ଆଜି କରିଶ୍ମା ଓ ବରୁଣଙ୍କ ବିବାହ କରିବେ।

https://www.instagram.com/tv/CZhl4C5Fjjp/?utm_source=ig_web_copy_link
source-karishmaktanna instagram


କରିଶ୍ମାଙ୍କ ଟେଲିଭିଜନ ଦୁନିଆରେ ବେଶ୍ ଦବ୍ଦବା ରହିଛି। ତେବେ ଟିଭି ଷ୍ଟାର ହେବା ସତ୍ତ୍ୱେ ସେ ଲାଇମଲାଇଟ ଠାରୁ ଦୂରେଇ ରହିଥିବା ଜଣେ ବିଜନେସ୍ ମ୍ୟାନ୍ ଲାଇଫ୍ ପାର୍ଟନର ଭାବେ ବାଛିଛନ୍ତି। କରିଶ୍ମାଙ୍କ ଭାବି ସ୍ୱାମୀ ବରୁଣ ବଙ୍ଗେରା ପେଶାରେ ଜଣେ ବିଜନେସ ମ୍ୟାନ୍। ସେ VB କ୍ରାମ ନାମକ ଏକ କମ୍ପାନୀକୁ ଚଲାନ୍ତି।

https://www.instagram.com/p/CZhV-HrKLo_/?utm_source=ig_web_copy_link
source-instagram

ଗତକାଲିର ହଳଦୀ ସେରେମୋନିର ଫଟୋ ଓ ଭିଡିଓକୁ କରିଶ୍ମାର ନିଜେ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଫଟୋରେ କରିଶ୍ମା ଧଳା ରଙ୍ଗର ଶରାରା ପିନ୍ଧି ଥିବାବେଳେ ବରୁଣ ସରେୱାନୀ ପିନ୍ଧିଛନ୍ତି । ଦୁହେଁ ସମସ୍ତ ବିବାହ ଉତ୍ସବରେ ଖୁବ୍ ମସ୍ତି କରିଥିବା ମଧ୍ୟ ନଜର ଆସିଛନ୍ତି। ଏହି ଫଟୋରେ ଏହି ଯୋଡ଼ି ପ୍ରେମରେ ବୁଡ଼ି ରହିଥିବା ଦେଖାଯାଇଛି।