ରିଲିଜ ହେଲା ଗହରାଇୟାଁର ଟାଇଟଲ ଟ୍ରାକ୍‌

ରିଲିଜ ହେଲା ଗହରାଇୟାଁର ଟାଇଟଲ ଟ୍ରାକ୍‌

ମେଟ୍ରୋ ଟିଭି ଓଡିଶା,୧/୨ : ଦୀପିକା ପାଦୁକୋନ ନିଜର ଅପକମିଂ ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଟ୍ରାକ୍ ରିଲିଜ ହୋଇଛି। ଗୀତରେ ଦୀପିକାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଟାଇଟଲ ଟ୍ରାକରେ ସିଦ୍ଧାନ୍ତଙ୍କ ସହିତ ଦୀପିକାଙ୍କ ଅନ୍ତରଙ୍ଗ ସିନ୍ ମଧ୍ୟ ଦେଖିବାକୁ ମିଳିବ।ଦୀପିକା ଗୀତ ରିଲିଜ ହେବା ବିଷୟରେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଗୀତ ସଂପୂର୍ଣ୍ଣ ଭାବେ ଡାର୍କ ମୋଡରେ ସୁଟ୍ କରାଯାଇଛି। ଏହି ଗୀତ ସୋନୀ ମ୍ୟୁଜିକ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି। ଗୀତର ସଂଳାପ ଅଙ୍କୁର ତିଓ୍ଵାରୀ ଦେଇଛନ୍ତି। ଏହି ଗୀତରେ ସିଦ୍ଧାନ୍ତ ଓ ଦୀପିକାଙ୍କ ଛଡା ଅନନ୍ୟା ପାଣ୍ଡେ ଏବଂ ଧୈର୍ଯ୍ୟ କରଓ୍ଵା ମଧ୍ୟ ନଜର ଆସିଛନ୍ତି।

YouTube player
Video courtsey-sony music india


ଏହି ଫିଲ୍ମର ପ୍ରଥମ ଗୀତ ‘ଡୁବେ’ ରିଲିଜ ହୋଇଥିଲା। ଯେଉଁଥିରେ ସିଦ୍ଧାନ୍ତ ଏବଂ ଦୀପିକାଙ୍କ ହଟ୍ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ଗୀତରେ ଦୀପିକା ଓ ସିଦ୍ଧାନ୍ତଙ୍କର ଷ୍ଟିମି କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତରେ ଦୀପିକା ଓ ସିଦ୍ଧାନ୍ତ ବାରମ୍ବାର କିସ୍ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦୀପିକା କହିଛନ୍ତି, ଇଣ୍ଟିମେଟ ସିନ୍ କରିବା ବିଲକୁଲ ମଧ୍ୟ ସହଜ ନୁହେଁ। କିନ୍ତୁ ଶଗୁନ ବାତ୍ରା ଏହାକୁ କରିପାରିଛନ୍ତି, ଆଉ ଏହାର ସବୁ ଶ୍ରେୟ ମଧ୍ୟ ତାଙ୍କର। ଏହି ଫିଲ୍ମର ଲିଡ୍ ରୋଲରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ରହିଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।