ରାମ୍ପରେ ଚାଲିଲେ ହିନା

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା କଥା ସମସ୍ତଙ୍କ ସହିତ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେୟାର କରିଥିଲେ। ସେ ଏବେ ତୃତୀୟ ପର୍ଯ୍ୟାୟ କର୍କଟରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଛନ୍ତି।  ଏଭଳି ସମୟରେ ସେ ଲୋକଙ୍କୁ କାମ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଥିଲେ। ନିକଟରେ ହିନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ବ୍ରାଇଡାଲ୍ ଲୁକରେ ରାମ୍ପ ଉପରେ ଚାଲୁଥିବାର ନଜର ଆସିଛନ୍ତି । ହିନାଙ୍କ ଏଭଳି ‌ଧୌର୍ଯ୍ୟ ଓ ସାହାସକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।