ମେହେନ୍ଦି କରି ବିଶ୍ୱ ରେକର୍ଡ କଲେ ଆଦିତ୍ୟ ନିଧିନ୍
ମେଟ୍ରୋ ଟିଭି ଓଡିଶା,୫/୧: ହାତରେ ମେହେନ୍ଦି ଆଙ୍କିବା ଏକ କଳା । ଏହି ମେହେନ୍ଦିକୁ ନାରୀ ମାନଙ୍କ ସୌନ୍ଦର୍ଯ୍ୟର ପ୍ରତିକ ରୂପର କହନ୍ତି । ଏହି ମେହେନ୍ଦିର ଏବେ ଆର୍କଷଣୀୟ ପେସା ମଧ୍ୟ ପାଲଟିଛି । ଭିନ୍ନ ଭିନ୍ନ ପ୍ରକାରର ମେହେନ୍ଦି କରି କନ୍ୟା ବିବାହ କରୁଛନ୍ତି । ଆଜିକା ଆଧୁନିକ ସମାଜରେ ମଧ୍ୟ ଏହି ମେହେନ୍ଦିର ବହୁ ଚାହିଦା ମଧ୍ୟ ରହିଛି । ଏହି ମେହେନ୍ଦି କରିବାର କଳା କିଛି ଲୋକଙ୍କୁ ଜଣାଥାଏ । ଏହି ପରି ସୁନ୍ଦର ମେହେନ୍ଦି ଆଙ୍କି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି କୋଝିକୋଡ୍ ସ୍ଥିତ କାଦାଲୁଣ୍ଡି ବାସିନ୍ଦା ୨୫ବର୍ଷୀୟା ଆଦିତ୍ୟ ନିଧିନ୍ । ସେ ଗୋଟିଏ ଘଣାରେ ସର୍ବାଧିକ ୯୧୦ଜଣଙ୍କର ମେହେନ୍ଦି ଆଙ୍କି ଏହି ବିଶ୍ୱ ରେକର୍ଡ କରିଛନ୍ତି । ନୂଆବର୍ଷ ଅବସରରେ କାଦାଲୁଣ୍ଡିର ସିଏମଏଚଏସି ପଡିଆରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ପୋଗ୍ରାମ ଖାସ ତାଙ୍କ ପାଇ ଆୟୋଜନ କରାଯାଇଥିଲା ।
ତାଙ୍କର ମେହେନ୍ଦି ଦେଖିବାକୁ ବହୁ ଲୋକଙ୍କର ଭିଡ ସେଠାରେ ଜମିଥିଲା ।ଏହା ପୂର୍ବରୁ ଇଂଲଣ୍ଡର ସମିନା ହୁସେନ ୧ଘଣ୍ଟାରେ ୬୦୦ ଜଣଙ୍କ ମେହେନ୍ଦି ଆଙ୍କି ବିଶ୍ୱ ରେକର୍ଡ କରିଥିଲେ । ନିଧିନ କହନ୍ତି ମେହେନ୍ଦି କଳା ତାଙ୍କୁ ପିଲା ଦିନରୁ ପସନ୍ଦ । ମେହେନ୍ଦି ପାଇ ସେ ଇଣ୍ଟରନେଟରେ ପ୍ରତିଯୋଗିତା ଖୋଜିଥିଲେ ଭାଗ ନେଇ ପରେ ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ କହିଛନ୍ତି ମେହେନ୍ଦି କରିବାରେ ସମୟ ସବୁଠାରୁ ଗୁରୁତପୂର୍ଣ୍ଣ ।
ଏହି ମେହେନ୍ଦି କାର୍ଯ୍ୟକ୍ରମରେ ଉପସ୍ଥିତ ବିଚାରକ ମାନେ ଗିନିଜ ବିଶ୍ୱ ରେକର୍ଡସ କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ । ଏହା ପୂର୍ବରୁ ନିଧିନ୍ ମେହେନ୍ଦିର ୧୨ମିନିଟ୍ ମଧ୍ୟରେ ବିଶ୍ୱର ସପ୍ତମାଶ୍ଚର୍ଯ୍ୟ ଆଙ୍କି ଏସିଆ ବୁକ୍ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ ।