ମିଷ୍ଟର ମମ୍ମି ଲୁକ୍‌ରେ ନଜର ଆସିବେ ରିତେଶ ଜେନେଲିଆ

ମିଷ୍ଟର ମମ୍ମି ଲୁକ୍‌ରେ ନଜର ଆସିବେ ରିତେଶ ଜେନେଲିଆ

ମେଟ୍ରୋ ଟିଭି ଓଡିଶା,୪/୨ : ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ। ଏହାପରେ କିଛି ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ସେଥିରେ ତାଙ୍କର କାମିଓ ଥିଲା।

ଏବେ ଜେନେଲିଆ ପୁଣିଥରେ ରିତେଶଙ୍କ ସହ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ସେ ନିଜ ଫିଲ୍ମ ‘ମିଷ୍ଟର ମମ୍ମି’ର ପାର୍ଷ୍ଟ ଲୁକ୍ ସେୟାର କରିଛନ୍ତି। ଏଥିରେ ରିତେଶ ଓ ଜେନେଲିଆ ଉଭୟ ଗର୍ଭବତୀ ନଜର ଆସୁଛନ୍ତି। ଏହା ଏକ କମେଡି ଡ୍ରାମା ଫିଲ୍ମ, ଯାହାକି ଲୋକମାନଙ୍କୁ ହସେଇବାକୁ ପ୍ରସ୍ତୁତ। ଏହି ଫିଲ୍ମକୁ ଭୂଷଣ କୁମାର ନିର୍ମାଣ କରୁଛନ୍ତି।


ସୂଚନା ଅନୁଯାୟୀ,ଜେନେଲିଆ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି। ପୋଷ୍ଟରରେ ଉଭୟ ରିତେଶ ଓ ଜେନେଲିଆ ଗର୍ଭବତୀ ଥିବା ଦେଖା ଯାଉଛନ୍ତି। ଯେଉଁଠି ଜେନେଲିଆ ହସୁଛନ୍ତି, ସେଠି ରିତେଶ ଚିନ୍ତିତ ଥିବା ନଜର ଆସୁଛନ୍ତି। ଜେନେଲିଆ ପ୍ରଥମ ଲୁକ୍ ସେୟାର୍ କରି ଲେଖିଛନ୍ତି, ‘ଏକ ଟ୍ଵିଷ୍ଟିଡ୍ ହସର ରଥ ଏବଂ କାହାଣୀ, ଯାହା ଆପଣ ପୂର୍ବରୁ କେବେ ବି ଦେଖି ନ ଥିବେ।

ଆପଣ ହୃଦୟରୁ ହସିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ ଏବଂ ଆପଣଙ୍କ ପେଟ ଯନ୍ତ୍ରଣା ହେବାକୁ ଯାଉଛି’। ଜେନେଲିଆଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ‘ମିଷ୍ଟର ମମ୍ମି’ କମେଡି ଡ୍ରାମାର ପଞ୍ଚ ଲାଇନ ଲୋକଙ୍କୁ ଖୁବ୍ ହସାଇବ ଏବଂ ଏହାର କମିକ୍ ଟାଇମିଙ୍ଗ୍ ବି ଦେଖିବା ଯୋଗ୍ୟ ହେବ।

ଏହି ଚଳଚ୍ଚିତ୍ରର କାହାଣୀ ଏମିତି ଏକ ଦମ୍ପତିଙ୍କ ଉପରେ ଆଧାରିତ, ଯାହାଙ୍କର ଚିନ୍ତାଧାରା ପିଲା କଥା ଆସିଲେ, ପରସ୍ପରଠାରୁ ଭିନ୍ନ ହୋଇଯାଏ। ଫିଲ୍ମରେ ଦର୍ଶକମାନେ କମେଡି, ଡ୍ରାମା ସହିତ ଖୁଲାସା, ହୃଦୟଙ୍ଗମର ସ୍ୱାଦ ପାଇ ପାରିବେ।