ମହେଶ ବାବୁ ଓ ସ୍ୱରା ଭାସ୍କର କରୋନା ପଜିଟିଭ

ମହେଶ ବାବୁ ଓ ସ୍ୱରା ଭାସ୍କର କରୋନା ପଜିଟିଭ

ମେଟ୍ରୋ ଟିଭି ଓଡିଶା,୭/୧: ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ସାଉଥ ସୁପରଷ୍ଟାର୍ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ କରିଥିବା ସତ୍ତ୍ୱେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଛି। । ଆଉ ମୋ ଠାରେ ବହୁତ କମ୍ ଲକ୍ଷଣ ରହିଛି ବୋଲି ମଧ୍ୟ କହିଛନ୍ତି। ସେ ନିଜକୁ ଘରେ ଆଇସୋଲେଟ୍ କରିଛନ୍ତି।

ଟିଭି ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସ୍ୱରା ଏବେ ପରିବାର ବର୍ତ୍ତମାନ ଆଇସୋଲେସନ୍ ଅଛନ୍ତି ଏବଂ ସମସ୍ତ ନିୟମ ପାଳନ କରୁଛନ୍ତି।ସୂଚନାଯୋଗ୍ୟ, ପୂର୍ବରୁ ନୋରା ଫତେହୀ, ମଲାଇକା, ଅର୍ଜୁନ କପୁର, ଏକତା କପୁର, ସୋନୁ ନିଗମ, ମହେଶ ବାବୁ, କରୀନା କପୁର ପ୍ରମୁଖ କରୋନାର ଶିକାର ହୋଇଥିଲେ।