ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାର ଫଟୋ
IMAGE CREDIT-TIMES OF INDIA
ମେଟ୍ରୋ ଟିଭି ଓଡିଶା,୨୪/୧ : ବିରାଟ ଅନୁଷ୍କାଙ୍କ ଝିଅ ଭାମିକାର ପ୍ରଥମ ଚିତ୍ର ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ସମୟରେ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ଥିଲେ। ସେଠାରେ ସେ ତାଙ୍କ ଝିଅକୁ କୋଳରେ ଧରିଥିବା ଦେଖାଯାଇଥିଲା । ମ୍ୟାଚ୍ ସମୟରେ ଭାମିକାଙ୍କ ଫଟୋ ପ୍ରସାରଣ କର୍ତ୍ତା ଷ୍ଟାର ସ୍ପୋର୍ଟ୍ସର କ୍ୟାମେରାରେ କଏଦ ହୋଇଥିଲା। ଏହା ପରଠୁ ଭାମିକାଙ୍କ ସୁନ୍ଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଭାମିକା ଅନୁଷ୍କାଙ୍କ କୋଳରେ ବସିଥିବା ଦେଖିବାକୁ ମିଳିଛି।
IMAGE CREDIT-ABP NEWS
ଭାମିକା ଜନ୍ମହେବା ପରେ ତାଙ୍କର ପ୍ରଥମ ଝଲକ ସମସ୍ତଙ୍କ ସାମ୍ନାକୁ ଆସିଛି । ସେ ଜନ୍ମ ହେବାର ବର୍ଷେ ପର୍ଯ୍ୟନ୍ତ ବିରାଟ ଓ ଅନୁଷ୍କା ତାଙ୍କ ଫଟୋକୁ ମିଡିଆ ଓ କ୍ୟାମେରା ସାମ୍ନାରେ ଆଣିବାକୁ ଦେଇନଥିଲେ । କିନ୍ତୁ ଏଥର ତାହା ହୋଇ ପାରିନାହିଁ। ଦକ୍ଷିଣ ଆଫ୍ରିକାରେ ବିରାଟ ଓ ଅନୁଷ୍କା ଝିଅର ପ୍ରଥମ ଜନ୍ମଦିନ ଜାନୁଆରୀ ୧୧ରେ ପାଳନ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାମିକାଙ୍କ ଫଟୋ ନଉଠାଇବାକୁ ଅନୁଷ୍କା ସାମ୍ବାଦିକମାନଙ୍କୁ ଅପିଲ୍ କରିଥିଲେ।