ବାଇକ ଗୋଟେ ହେଲେ ବସୁଛନ୍ତି ଆଠ ଜଣ

ବାଇକ ଗୋଟେ ହେଲେ ବସୁଛନ୍ତି ଆଠ ଜଣ

ମେଟ୍ରୋ ଟିଭି ବ୍ୟୁରୋ,୮/୧: ସୋସିଆଲ ମିଡିଆରେ ଏବେ ଏପରି ଅଜବ ସବୁ ଭାଇରାଲ ହେଉଛି , ଯାହାକୁ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । ଏହି ସବୁ ଅଜବ ଗଜବ ଭିଡିଓ ଭାଇରାଲ ହୋଇ ଲୋକଙ୍କ ଦୃଷ୍ଟି ଆର୍କଷଣ କରୁଛି । ଏହି ପରି ଏକ ଅଜବ ଭିଡିଓ ଆସିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଭିଡିଓରେନ୍ତେଦଖିବାକୁ ମିଳୁଛି ଏକ ବାଇକ । ସାଧାରଣ ବାଇକ ରେ ୨ରୁ୩ ଜଣ ବସିପାରିବାର ସୁବିଧା ରହିଛି ହେଲେ ଏହି ଅଜବ ବାଇକରେ ୮ଜଣ ଜଣଙ୍କ ପରେ ଜଣେ ବସୁଛନ୍ତି । ପାଖରେ ୪ ଚକିଆ କାର୍ ନାହିଁ ବୋଲି ଏମିତି ଏକ ପରିକଳ୍ପନାରେ ୮ ଜଣିଆ ସିଟ୍ ପୂର୍ଣ୍ଣ ବିରଳ ବାଇକ ତିଆରି କରିଛନ୍ତି। ଯାହାକୁ ହଜାର ହଜାର ଲୋକ ଦେଖିସାରିଲେଣି।
ତେବେ ଏହି ଭାଇରାଲ୍ ଭିଡିଓରେ ଏକ ମୋଡ଼ିଫାଏଡ଼ ବାଇକ୍ ଦେଖିବାକୁ ମିଳୁଛି । ଯାହାର ସିଟ୍ ସାଧାରଣ ବାଇକ ଅପେକ୍ଷା ଢେର ଗୁଣା ବଡ଼। ଯେଉଁଥିରେ ବାଇକ ଆରୋହୀ ସାମ୍ନାରେ ବସିଛନ୍ତି । ଆଉ ଜଣକ ପରେ ଜଣେ ପଛକୁ ପଛ ବସିଯାଉଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ଜଣେ କି ଦୁଇ ଜଣ ଲୋକ ବାଇକରେ ଯାଉନାହାଁନ୍ତ ବରଂ ଏକା ସାଙ୍ଗରେ ୮ ଜଣ ବସିକି ଗୋଟିଏ ବାଇକରେ ଯାତ୍ରା କରୁଛନ୍ତି। ତେବେ ଭିଡ଼ିଓଟି କେଉଁ ସ୍ଥାନର ବୋଲି ଜଣାପଡିନାହିଁ।

YouTube player
sources-viral lookout