ପ୍ରେଗନାଣ୍ଟ ଆଙ୍କର ଭାରତୀ ସିଂଙ୍କ ମଜାଦାର କଥା:ଜଣଙ୍କ ଫିରେ ୨ଜଣ କାମ କରୁଛୁ
ମେଟ୍ରୋ ଟିଭି ଓଡିଶା,୧୯/୧: ମା ହେବେ କମେଡି କୁଇନ ଭାରତୀ ସିଂ । ସେ ଏହି ଗର୍ଭବତୀ ଅବସ୍ଥାରେ କଲର୍ସ ଚ୍ୟାନେଲର ଆଗାମୀ ଶୋ’ ‘ହୁନାରବାଜ୍ ଦେଶ କି ଶାନ୍’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଶୋକୁ ହୋଷ୍ଟ କରୁଛନ୍ତି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାକୁ ନେଇ ଭାରତୀ କେବଳ ଏହି ନିଷ୍ପତ୍ତିରେ ଗର୍ବିତ ଅନୁଭବ କରୁ ନାହାଁନ୍ତି, ବରଂ ତାଙ୍କ ମାଙ୍କ ସମେତ ସମସ୍ତ ମା’ମାନଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ବିଷୟରେ ମଧ୍ୟ କହୁଛନ୍ତି । ନିଜକୁ ଭାରତର ପ୍ରଥମ ପ୍ରେଗନାଣ୍ଟ ମହିଳା ଆଙ୍କର ବୋଲି କହିଛନ୍ତି ।
image credit-TOI
ସୂଚନା ଅନୁସାରେ ହୁନାରବାଜ୍ ଦେଶ କି ଶାନ୍ ଶୋ ଜାନୁଆରୀ ୨୨ ରୁ କଲର୍ସ ଚ୍ୟାନେଲରେ ଆରମ୍ଭ ହେବାକୁ ଯାଉଛି। ଚ୍ୟାନେଲ ପ୍ରୋମୋରେ ଭାରତୀ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଉଛି . ଏହି ସମୟରେ ଭାରତୀ ନିଜକୁ ଭାରତର ପ୍ରଥମ ପ୍ରେଗନାଣ୍ଟ ମହିଳା ଆଙ୍କର ବୋଲି କହିଥିଲେ । ଏହା ସହ ସେ କହିଥିଲେ ଗର୍ଭବତୀ ସମୟରେ ମହିଳାମାନେ ଘରେ ବସିଥା’ନ୍ତି । ଥଟ୍ଟା ମଜା କରୁଥିବାବେଳେ ସେ କହିଛନ୍ତି ଶୋ ରେ ସେମାନେ ୩ଜଣ କାମ କରୁଛନ୍ତି କିନ୍ତ ୨ଜଣ ପ୍ଲେ କରୁଛନ୍ତି ।