ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଲିଓ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର ଅନେକ ଉପଭୋକ୍ତା ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶନା ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି। କିଛି ଲୋକ ଏହାକୁ ପୂର୍ବରୁ ‘ବ୍ଲକବଷ୍ଟର’ ବୋଲି କହୁଥିବାବେଳେ ଅନେକ ଏହାକୁ ବିଜୟଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଛନ୍ତି।ଆକ୍ସନ୍-ଥ୍ରୀଲର ଫିଲ୍ମ ‘ଲିଓ’ ଫିଲ୍ମ ଦର୍ଶକମାନଙ୍କୁ ଦିୱାନା କରିଦେଇଛି। ସକାଳ ଶୋ’ରେ ପ୍ରେକ୍ଷାଳୟଗୁଡ଼ିକ ଦର୍ଶକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଛି। ଏହା ସହିତ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଫିଲ୍ମର ସମୀକ୍ଷା ବାଣ୍ଟିବା ଆରମ୍ଭ କରିଛନ୍ତି। ଜଣେ ଉପଭୋକ୍ତା ଫିଲ୍ମର ପ୍ରଥମ ଭାଗ ଦେଖିବା ପରେ ଲେଖିଛନ୍ତି, “ଥାଲାପାତି ବିଜୟଙ୍କ ପ୍ରଦର୍ଶନ ଶିଖରରେ ପହଞ୍ଚିଛି। ପ୍ରତି ଆକ୍ସନ ସିନ୍ ଲୋମହର୍ଷଣକାରୀ ଅଟେ, ଏକ ସରପ୍ରାଇଜ୍ ବ୍ଲକ ଏବଂ ଇଣ୍ଟରଭାଲ ବ୍ଲକ ହାଇଲାଇଟ୍ ଥିଲା, ଅନ୍ୟ ହାପ ମଧ୍ୟ ଏହି ଲେବଲରେ ଯାଉଛି । ତେବେ ଏହା ବ୍ଲକବଷ୍ଟର ହେବାକୁ ଯାଉଛି ।’ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଲିଓ ଏକ ‘ଉଜ୍ଜ୍ୱଳ’ ଚଳଚ୍ଚିତ୍ର ଏବଂ ଏହାକୁ କୌଣସି ମୂଲ୍ୟରେ ଦେଖିବା ହାତଛଡା କରିବା ଉଚିତ୍ ନୁହେଁ। ଜଣେ ପ୍ରଶଂସକ ଏପରିକି କହିଛନ୍ତି ଯେ, ରଜନୀକାନ୍ତଙ୍କ ନିକଟରେ ମୁକ୍ତିଲାଭ କରିଥିବା ଜେଲର ‘ଲିଓ ତୁଳନାରେ କିଛି ନୁହେଁ’।
Trending
- ଭାରତୀୟ ଡାକର ଡିଜିଟାଲ୍ ପରିବର୍ତ୍ତନ
- ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
Next Post