ଦେଶ କ’ଣ ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନରୁ ଏହାର ପ୍ରଭାବ କମିନାହିଁ । ଏବେ ଫ୍ୟାନ୍ ଆଲୁ ଅର୍ଜୁନଙ୍କ ‘ପୁଷ୍ପା-୨: ଦି ରୁଲ୍’ର ରିଲିଜ୍କୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମର ଶୁଟିଂ ପ୍ରାୟତଃ ସରିଯିବାକୁ ବସିଲାଣି । ତେବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି ସୁକୁମାର ଦ୍ୱାରା ନିର୍ଦ୍ଦେଶିତ ଏହି ହିିଟ୍ ଫ୍ରାଞ୍ଚାଇଜର ଦ୍ୱିତୀୟ ଭାଗ ଲାଗି ଆଲୁ ଅର୍ଜୁନ କୌଣସି ଫି’ ନେଉନାହାନ୍ତି । କିନ୍ତୁ ସେ ନିର୍ମାତାଙ୍କ ସହ ଏପରି ଏକ ଡିଲ୍ କରିଛନ୍ତି ଯେଉଁଥିପାଇଁ ସେ ଏହି ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରିବେ ।ଏହି ଫିଲ୍ମ ଲାଗି ସେ ଯେଉଁ ଡିଲ୍ କରିଛନ୍ତି ସେହି ହିସାବରେ ସେ ଫିଲ୍ମର ମୋଟ ଆୟରୁ ୩୩% ପାଇବେ । ତେବେ ଏହି ୩୩% ଡିଲ୍ କେବଳ ସିନେମାଘରର ଆୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଓଟିଟି ରାଇଟସ୍, ସାଟେଲାଇଟସ୍ ରାଇଟ୍ ଓ ଥିଏଟର ରାଇଟ୍ ସବୁକୁ ମିଶାଇ ଯାହା ବି ରକମ ଆୟ ହେବ ତାହାର ୩୩% ରହିଛି । କିନ୍ତୁ ଆଲୁ ଅର୍ଜୁନ କି ଫିଲ୍ମ ନିର୍ମାତା ଏହା ଉପରେ କୌଣସି ବୟାନ ରଖିନାହାନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ପୁଷ୍ପା ୨ରେ ଆଲୁ ଅର୍ଜୁନଙ୍କ ସହିତ ରଶ୍ମିକା ମନ୍ଦାନା, ଫହାଦ ଫାସିଲ, ଜଗପତି ବାବୁଙ୍କ ସହିତ ବହୁ ଷ୍ଟାର ମୁଖ୍ୟ ଭୂମିକାରେ ନଜର ଆସିବେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post