ନିର୍ବାଚନ ଲଢ଼ିବେ କି ମାଧୁରୀ?
ନିର୍ବାଚନ ଲଢ଼ିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷିତ। ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି । ଅନେକ ବଡ଼ ବଡ଼ ଦଳ ପକ୍ଷରୁ ଅଫର ଦିଆଯାଇଥିଲେ ସୁଦ୍ଧା ମୁଁ କେବେ ରାଜି ହୋଇନାହିଁ । ସେପଟେ ମାଧୁରୀଙ୍କ ସ୍ବାମୀଙ୍କୁ ମଧ୍ୟ ସମାନ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଆମର ରାଜନୀତିରେ ପସିବାର ନାହିଁ । ତେବେ ସେ ଯାହାବି ହେଉ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତାମାନେ ରାଜନୀତି ମଇଦାନରେ ପାଦ ଦେଇ ସଫଳ ହୋଇଛନ୍ତି ।