ଧମାକା କରିବ ବିଜୟଙ୍କ ଫିଲ୍ମ

ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ପ୍ରଂଶସକଙ୍କ ଅପେକ୍ଷା ଆଉ ୧୦ ଦିନ ପରେ ଶେଷ ହେବାକୁ ଯାଉଛି । ତାଙ୍କର ସାଇନ୍ସ ଫିକ୍ସନ୍‌ ଆକ୍ସନ ଫିଲ୍କ ‘ଗୋଟ୍‌’ ଅର୍ଥାତ୍‌ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ସେପ୍ଟେମ୍ବର ୫ରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍କରେ ବିଜୟଙ୍କ ଡବଲ୍‌ ରୋଲ୍‌ ଦେଖିବାକୁ ମିଳିବ। ସେ ଉଭୟ ପିତା ଓ ପୁଅ ଭୂମିକାରେ ନଜର ଆସିବେ । ଏହାର ଝଲକ୍‌ ଟ୍ରେଲରେ ଦେଖିପାରିବେ । ଫିଲ୍ମର ବଜେଟ୍‌ ୩୦୦ ରୁ ୩୫୦ କୋଟି ବୋଲି କୁହାଯାଉଛି । ଯାହାକୁ ନେଇ ପ୍ରଶଂସକ ଖୁବ୍‌ ଉତ୍ସାହିତ ରହିଛନ୍ତି । ମାତ୍ର ଏହା ମଧ୍ୟରେ ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ’ର ଅପଡେଟ୍‌ ସାମ୍ନାକୁ ଆସିଛି । ଯାହାକି ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।