୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ସିନେମାକୁ ମିଳିଛି ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଫଳରେ ସିନେମାର ନିର୍ମାତା ନାମିତ ମାଲହୋତ୍ରା ନିଜର ଖୁସି ଜାହିର କରିଛନ୍ତି । ରଣବୀର କପୂର ଓ ଆଲିଆ ଭଟ୍ଟ ଷ୍ଟାରର ଏହି ସିନେମା ‘ବେଷ୍ଟ ଫିଲ୍ମ ଇନ ଏବିଜିସି’( ଏନିମେଶନ, ଭିଜୁଆଲ ଇଫେକ୍ଟ, ଗେମିଂ ଓ କମିକ) ର ପୁରସ୍କାର ହାତେଇଛି । ତାହାସହ ସଙ୍ଗୀତକାର ପ୍ରିତମଙ୍କୁ ‘ବେଷ୍ଟ ମ୍ୟୁଜିକ ଡାଇରେକ୍ସନ’ ପୁରସ୍କାର ମଧ୍ୟ ମିଳିଛି । ଏତତବାଦ ଅରଜିତ ସିଂ ‘କେସରିଆ’ ଗୀତ ପାଇଁ ‘ବେଷ୍ଟ ପ୍ଲେ ବ୍ୟାକ ସିଙ୍ଗର’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।ସିନେମାରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ମୌନୀ ରାୟ ତଥା ନାଗାର୍ଜୁନଙ୍କ ଭଳି କଳାକାରଙ୍କ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଜୀବନ୍ତ ଅଭିନୟ ସିନେମାକୁ ୩ ଟି ଜାତୀୟ ପୁରସ୍କାର ପ୍ରଦାନ କରିଛି । ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ର କାହାଣୀ ଭାରତୀୟ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post