ଜନ୍ମଦିନରେ ଫିଲ୍ମର ପୋଷ୍ଟର ସେୟାର କଲେ ବଲିଉଡର ମସ୍ତାନୀ
ମେଟ୍ରୋ ଟିଭି ଓଡିଶା,୫/୧: ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ । ଜନ୍ମଦିନରେ ସେ ନିଜର ଅଫକମିଂ ଫିଲ୍ମ ‘ଗହରାଇୟାଁ’ର ପୋଷ୍ଟର ସେୟାର କରିଛନ୍ତି ଯେଉଥିରେ ସେ ‘ଗଲି ବଏ’ କୋ ଷ୍ଟାର ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହିତ ଲିପ୍ଲକ୍ କରିଥିବା ନଜର ଆସିଛି । ସିଦ୍ଧାନ୍ତ ଓ ଦୀପିକାଙ୍କ ଏହି ରୋମାଣ୍ଟିକ ଫଟୋ ଫ୍ୟାନ୍ସ ମାନଙ୍କୁ ଉତ୍ସାହିତ କରିଛି । ଏହା ସହ ଏହି ଫଟେ ଟି ଏବେ ଭାଇରାଲ ହେବାରେ ଲାଗିଛି । ଆମାଜନ ପ୍ରାଇମ୍ ଭିଡିଓ ପକ୍ଷରୁ ଏହି ଫଟୋକୁ ରିଲିଜ କରାଯାଇଛି। ଆମାଜନର ଅରିଜନାଲ ଫିଲ୍ମ ‘ଗହରାଇୟାଁ’ର ଏଭଳି ୬ଟି ନୂଆ ପୋଷ୍ଟର ରିଲିଜ ହୋଇଛି। ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଏବେକାର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି।
ସୂଚନା ମୁତାବକ, ଏହି ଫିଲ୍ମର ଲିଡ୍ ରୋଲରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ରହିଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।