ଚର୍ଚ୍ଚାରେ ଜୁନିଅର ଏନଟିଆର
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେବରା’କୁ ନେଇ ଚର୍ଚ୍ଚାରେ। ପ୍ରଶଂସକମାନେ ଉତ୍ସାହର ସହ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇବା ପାଇଁ ଫିଲ୍ମର ନୂଆ ପୋଷ୍ଟର ସହ ଟିଜର ସମ୍ବନ୍ଧୀୟ ନୂଆ ଖବର ସାମ୍ନାକୁ ଆସିଛି। ନୂଆ ବର୍ଷ ଅବସରରେ ଜୁନିଅର ଏନଟିଆର ପ୍ରଶଂସକଙ୍କୁ ଉଦାହରଣ ସ୍ବରୂପ ‘ଦେବରା’ର ନୂଆ ପୋଷ୍ଟର ଶେୟାର କରି ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।ଜୁନିଅର ଏନଟିଆର ସାମାଜିକ ଗଣମାଧ୍ୟମରେ ନୂଆ ପୋଷ୍ଟର ଶେୟାର କରି କହିଛନ୍ତି ଯେ, ‘ଦେବରା’ର ପ୍ରଥମ ଝଲକ୍ ଜାନୁଆରୀ ୮, ୨୦୨୪ରେ ସାମ୍ନାକୁ ଆସିବ। ଏଥିସହ ସେ ନିଜ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ପୋଷ୍ଟରରେ ଅଭିନେତା ସମୁଦ୍ର ମଝିରେ ଏକ ଡଙ୍ଗାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ କଳା ପ୍ୟାଣ୍ଟ ଓ ମେରୁନ୍ ରଙ୍ଗର ସାର୍ଟ ପିନ୍ଧିଛନ୍ତି।