ଚର୍ଚ୍ଚାରେ ଅର୍ଜୁନ-ମଲାଇକା ବ୍ରେକ୍ଅପ୍ ?
ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ଲଭ ବାର୍ଡ ତଥା ବିବାଦୀୟ ପ୍ରେମିକା ପ୍ରେମିକ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ ହୋଇଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ ପାରେ ସେ କଥାକୁ ମଧ୍ୟ ଭ୍ରୁକ୍ଷେପ କରି ନଥିଲେ । ସୋସିଆଲ ମିଡିଆରେ ଦୁହିଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିଲା । ଆଉ ଦୁହେଁ ବେଶ୍ ମୁହଁ ଟାଣ କରି ଜବାବ ଦେବାକୁ ମଧ୍ୟ ପଛାଉ ନଥିଲେ । ଏବେ କିନ୍ତୁ ଦୁହେଁ କୁଆଡ଼େ ଭିନ୍ନ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ଶୁଣିବାକୁ ମିଳୁଛି କି କିଛି ଦିନ ହେଲା ଦୁହିଙ୍କ ଭିତରେ ମନାନ୍ତର ଆରମ୍ଭ ହୋଇଥିଲା । ଏବେ ଅର୍ଜୁନ ଆଉ ମଲାଇକାଙ୍କ ପାଖରେ ରହୁ ନାହାନ୍ତି । ଏଥିରେ ଭୀଷଣ ଦୁଃଖୀ ହୋଇ ଖୁବ୍ ଭାଙ୍ଗି ପଡ଼ିଛନ୍ତି ମଲାଇକା । ଆଉ ନିଜକୁ ଘରେ ବନ୍ଦ ରଖି ବାହାରକୁ ବାହାରୁ ନାହାନ୍ତି ।
ସୂଚନା ମିଳିଛି କି ଅର୍ଜୁନ କପୁର ତାଙ୍କ ଲେଡିଲଭ୍କୁ ଦେଖା କରିବାକୁ ଯାଉ ନାହାନ୍ତି । କେଇ ଦିନ ତଳେ ସେ ତାଙ୍କ ଭଉଣୀ ରିୟାଙ୍କ ଘରକୁ ଡିନର କରିବାକୁ ଯାଇଥିଲେ । ରିୟାଙ୍କ ଘର ମଲାଇକାଙ୍କ ଘର ପାଖରେ । ଅର୍ଜୁନ ରିୟାଙ୍କ ସହ ଡିନର କରି ଫେରି ଆସିଲେ ହେଲେ ସାଙ୍ଗରେ ମଲାଇକାଙ୍କୁ ଆଣି ନଥିଲେ କି ମଲାଇକାଙ୍କ ଘରକୁ ମଧ୍ୟ ଗଲେ ନାହିଁ ।
ସେମାନଙ୍କ ତରଫରୁ ବ୍ରେକଅପ୍ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ ତଥାପି ଏହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଅର୍ଜୁନଙ୍କୁ ୩୬ ବର୍ଷ ବୟସ ହୋଇଥିବା ବେଳେ ମଲାଇକାଙ୍କୁ ୪୮ ବର୍ଷ । ସେମାନଙ୍କ ଭିତରେ ୧୨ ବର୍ଷ ବ୍ୟବଧାନ ଯୋଗୁଁ ସେମାନଙ୍କୁ ଅନେକ ସମାଲୋଚନାର ସାମନା କରିବାକୁ ପଡ଼ିଥିଲା । ତେବେ ଏସବୁକୁ ସେମାନେ ଖାତିର ନକରି ବେଶ୍ ସ୍ୱଚ୍ଛନ୍ଦ ଓ ମୁକ୍ତ ଭାବରେ ବିଭିନ୍ନ ପାର୍ଟି, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟଟନ ସ୍ଥଳ ବୁଲି ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲା । ତେବେ ବର୍ତ୍ତମାନ କେଉଁ କାରଣ ଯୋଗୁଁ ସେମାନଙ୍କର ବ୍ରେକ୍ଅପ୍ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।