ଏକ ଭିଲେନ୍ ରିଟର୍ଣ୍ଣସ୍‌ରେ ନଜର ଆସିବେ ଜନ୍ ଆବ୍ରାହମ

ଏକ ଭିଲେନ୍ ରିଟର୍ଣ୍ଣସ୍‌ରେ ନଜର ଆସିବେ ଜନ୍ ଆବ୍ରାହମ photo-the new india express

ମେଟ୍ରୋ ଟିଭି ଓଡିଶା,୧୮/୧: ନିଜର ଦମଦାର ଫିଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ୪୮ ବର୍ଷୀୟ ଜନ ଆବ୍ରାହମଙ୍କ ଆଗାମୀ ଚଳଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ଆଗାମୀ ଥ୍ରୀଲର ଏକ ଭିଲେନ ରିଟର୍ଣ୍ଣସ୍ ଫିଲ୍ମ ସୁଟିଂ ଶେଷ କରି ଏହାକୁ ଏକ ବିହୀନ ଅନୁଭୂତି ବୋଲି କହିଛନ୍ତି ।

photo- the indian express

ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ମୁତାବକ, ଜନ୍ ଆବ୍ରାହମ୍ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି। ରିପୋର୍ଟ ମୁତାବକ, ଜନ୍ ଆବ୍ରାହମ୍ ମୋହିତ୍ ସୁରୀଙ୍କ ଫିଲ୍ମ ‘ଏକ ଭିଲାନ୍ ରିଟର୍ଣ୍ଣସ’ରେ ମଧ୍ୟ ସାଇନ୍ କରିଛନ୍ତି । ଆଉ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫିସ୍ ନେଇଛନ୍ତି। ଜନ୍ ତାଙ୍କ ଫିସ୍ ଲଗାତାର ବଢ଼ାଇ ଚାଲିଛନ୍ତି। ଜନ୍ ‘ବାଟଲା ହାଉସ’ ଫିଲ୍ମ ପାଇଁ ‘ସତ୍ୟମେବ ଜୟତେ-୨’ଠାରୁ ବି ଅଧିକ ଟଙ୍କା ନେଇଥିଲେ, ତଥାପି ‘ସତ୍ୟମେବ ଜୟତେ-୨’ ରେ ବି ଅଧିକ ଟଙ୍କା ବଢ଼ାଇଥିଲେ। ଗତ ତିନିବର୍ଷ ମଧ୍ୟରେ ଜନ୍ଙ୍କ ଫିସ୍ ୭ କୋଟିରୁ ୨୧କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ତିନିବର୍ଷ ମଧ୍ୟରେ ଜନ୍ ଫି ତିନି ଗୁଣ ବୃଦ୍ଧି ପାଇଛି। କୁହାଯାଉଛି ଯେ କୋଭିଡ୍ କାଳରେ କିଛି ଅଭିନେତା ସିନେମା ପାଇଁ ତାଙ୍କ ଫିସ୍ ହ୍ରାସ କରିଥିବା ବେଳେ ଜନ୍ କିନ୍ତୁ ତାଙ୍କ ଫିସ୍ ବୃଦ୍ଧି କରିଥିଲେ। ମୋହିତ ସୁରିଙ୍କ ନିର୍ଦ୍ଦେଶିତ ଏକ ଭିଲେନ ରିଟର୍ଣ୍ଣସ୍‌ର ସୁଟିଂ ଶେଷ ପର୍ଯ୍ୟାୟରେ ଅଛି ।ଏହି ଫିଲ୍ମ ଜୁଲାଇ ୨୦୨୨ରେ ରିଲିଜ ହେବ। ଫିଲ୍ମରେ ଜନଙ୍କ ସହିତ ଅର୍ଜୁନ କପୁର, ଦିଶା ପଟାନୀ ଏବଂ ତାରା ସୁତାରିୟା ପ୍ରମୁଖ ଭୂମିକାରେ ନଜର ଆସିବେ। ଫିଲ୍ମଟି ସିଦ୍ଧାର୍ଥ, ଶ୍ରଦ୍ଧା କପୁର ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ।