ଇନ୍‌ଷ୍ଟାଗ୍ରାମରେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା

ଇନ୍‌ଷ୍ଟାଗ୍ରାମରେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା

ମେଟ୍ରୋ ଟିଭି ଓଡିଶା,୫/୧: ଇନଷ୍ଟାଗ୍ରାମରେ ଏବେ ରାଜ୍ କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚେପ୍ରା । ତାଙ୍କୁ ଇନଷ୍ଟାଗ୍ରାମ୍ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ରଖାଯାଇଛି ।ତାଙ୍କୁ ମୋଟ ୭୨.୩ ନିୟୁତ ୟୁଜର୍ ଫଲୋ କରୁଛନ୍ତି । ଏହି ସଂଖ୍ୟା କୁ ଆକଳନ କଲେ ପ୍ରିୟଙ୍କା ବଲିଉଡର ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଦେଇଛନ୍ତି । ତାଙ୍କ ପଛରେ ଅଛନ୍ତି ଶ୍ରଦ୍ଧା କପୁର । ତାଙ୍କ ଫଲୋଅରଙ୍କ ସଂଖ୍ୟା ୬୮.୫ନିୟୁତ । ୬୩.୪ ନିୟୁତ ଫଲେଅରକୁ ନେଇ ଦୀପିକା ପାଦୁକୋନ ୩ୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛରେ ଅଛନ୍ତି କ୍ୟାଟ୍ରିନା କେଫ୍ ୬୦.୪ନିୟୁତ । ୫ମ ସ୍ଥାନରେ ଅଛନ୍ତି ଅକ୍ଷୟ କୁମାର ୫୮.୩ ନିୟୁତ ।
ଗତ ଅଗଷ୍ଟ ମାସରେ ଏହି ଫଲୋଅର ପାଇ ପ୍ରିୟଙ୍କା ଓ ଦୀପିକା ଚର୍ଚ୍ଚାରେ ଆସିଥିଲେ । ରିପୋର୍ଟ ଆସିଲା ଏହି ୨ଟି ନାୟକା ସର୍ବାଧିକ ମିଛ ଫଲୋଅର ରହିଛି । ଦ ଇନଷ୍ଟିଚ୍ୟୁଟ୍ ଅଫ କଣ୍ଟେମ୍ପରାରି ମ୍ୟୁଜିକ ପରଫରମାନ୍ସ ଦାବି କରିଥିଲା କି ପ୍ରିୟଙ୍କାଙ୍କର ୪୬ପ୍ରତିଶତ ଓ ଦୀପିକାଙ୍କର ୪୮ପ୍ରତିଶତ ମିଛ ଫଲୋଅର୍ ରହିଛି ।