ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଦମ୍ପତି କିଶ୍ୱର ଓ ସୁୟାଶଙ୍କ ପୁଅକୁ କରୋନା
ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଏବେ ମାଡି ଚାଲିଲାଣି । ଏବେ ପିଲାଙ୍କୁ ଘାରିଲାଣି କରୋନା । ଟିଭି ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରିଟିଙ୍କୁ କରୋନା ହେବା ପରେ ତାଙ୍କ ପିଲାମାନଙ୍କୁ ମଧ୍ୟ କରୋନା ହେଲାଣି । ଟିଭି ଇଣ୍ଡଷ୍ଟ୍ରୀର ଏକତା କପୁର, ନକୁଲ ମେହେଟ୍ଟା ସହ ତାଙ୍କ ପୁରା ପରିବାର, ଶରଦ ମଲହୋତ୍ରା, ଏରିକା ଫର୍ଣ୍ଣାଣ୍ଡିଜ୍, ସୁମୋନା ଚକ୍ରବର୍ତ୍ତୀ ଏବଂ ଦ୍ରଷ୍ଟୀ ଧାମି ସମେତ କେତେ ସେଲିବ୍ରିଟି କରୋନା କବଳରେ ଫସିଛନ୍ତି।
ଟେଲି ଦୁନିଆର ଲୋକପ୍ରିୟ ଦମ୍ପତି କିଶ୍ୱର ମର୍ଚାଣ୍ଟ ଏବଂ ସୁୟାଶ ରାୟଙ୍କ ୪ମାସର ପୁଅ ନିରବେର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ନିକଟରେ ଏହାକୁ ନେଇ କିଶ୍ୱର ଏକ ପୋଷ୍ଟ ଲେଖି ଏ ବିଷୟରେ ସୂଚନା ଦେଇଥିଲେ ।