ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍‌

ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଗାୟକ ସୋନୁ ନିଗମ୍ କରୋନା ପଜିଟିଭ୍‌

ମେଟ୍ରୋ ଟିଭି ଓଡିଶା,୫/୧: ଏବେ କରୋନାର କାୟା ପୁଣି ମାଡି ଚାଲିଲାଣି । ଏଥିରେ ଅନେକ ସେଲିବ୍ରିଟି ଓ ସିନେ କଳାକାର କରୋନା ପଜିଟିଭ୍ ହୋଇଥିବା ବେଳେ ଏବେ ବଟିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ପୁରା ପତିବାର କରୋନା ପଜିଟିଭ ହୋଇଛନ୍ତି । ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍ ଏବଂ ପୁଅ ନିଭାନ୍ ନିଗମ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୋନୁ ନିଗମ୍ ଦୁବାଇରେ କ୍ୱାରେଣ୍ଟାଇନରେ ରହିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ ଭୁବନେଶ୍ଵରରେ ଗୀତ ଗାଇବା ପାଇଁ ଏବଂ ସୁପର ସିଙ୍ଗର ସିଜିନ ୩ ର ସୁଟିଂ କରିବା ପାଇଁ ଭାରତ ଆସିଥାନ୍ତେ। ଏଥିପାଇଁ ସେ କରୋନା ଟେଷ୍ଟ କରିଥିଲେ। ଏହି ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ଭାଇରସ୍ ହେତୁ ପୁଣି କାମ ବନ୍ଦ ହେଉଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ପୁଅକୁ ଦେଢ ମାସ ହେଲା ଦେଖିନଥିଲେ ସୋନୁ। ତେଣୁ ଦେଖାକରିବା ପାଇଁ ଦୁବାଇ ଆସିଥିଲେ।