ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ମେଟ୍ରୋ ଟିଭି ଓଡିଶା,୮/୨ : ଭାରତର ଲୋକପ୍ରିୟ ସିରିଏଲ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରୁଥିବା ପ୍ରବୀଣ କୁମାରଙ୍କ ମୃତ୍ୟ ହୋଇଛି । ଫଳରେ କଳାପ୍ରେମୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ । ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ ।

दुखद: महाभारत में भीम का किरदार निभाने वाले प्रवीण कुमार का निधन, आर्थिक  तंगी से थे परेशान - Entertainment News: Amar Ujala
pic credit-amar ujala

ସୂଚନା ଅନୁସାରେ ଅଭିନେତା ପ୍ରବୀଣ କୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ନଥିଲା । ପ୍ରବୀଣ କୁମାର ସୋବିତ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ ସୁନାମ ଅର୍ଜନ କରିଥିଲେ । ଜଣେ ଆଥଲେଟ୍ ଭାବେ ଡିକସ୍‍ ଥ୍ରୋ ଭଳି ଅନେକ ଖେଳରେ ପଦକ ଜିତିଛନ୍ତି ପ୍ରବୀଣ । ଏସୀୟ ଏବଂ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଆରପାରିରେ ମହାଭାରତର ଭୀମ : କଳାପ୍ରେମୀଙ୍କ ମନରେ ଶୋକର ଛାୟା

ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୬୦ ଓ ୧୦୭୦ ଦଶକରେ ଆଥଲେଟ୍ ନେଇ ବେଶ ଲୋକ ପ୍ରିୟତା ହାସଲ କରିଥିଲେ ପ୍ରବୀଣ କୁମାର ସୋବିତ । ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ପ୍ରବୀଣ କୁମାରଙ୍କ ମୃତ୍ୟୁ ପରେ ଟିଭି ଜଗତ ତଥା ଦେଶରେ ଶୋକର ଛାୟା ଖେଳିଯାଇଛି ।