ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ଘୋଷଣା କରିଛନ୍ତି । ମହୋତ୍ସବର ସ୍ଥାନ ମୁମ୍ବାଇର ଏଫଡ଼ି-ଏନ୍ଏଫଡ଼ିସି କମ୍ପ୍ଲେକ୍ସ ଥିବା ବେଳେ ଦିଲ୍ଲୀ (ସିରିଫୋର୍ଟ ଅଡିଟୋରିୟମ୍), ଚେନ୍ନାଇ (ଟାଗୋର ଫିଲ୍ମ ସେଣ୍ଟର), ପୁଣେ (ଏନ୍ଏଫ୍ଏଆଇ ଅଡିଟୋରିୟମ୍) ଏବଂ କୋଲକାତା (ଏସଆରଏଫଟିଆଇ ଅଡିଟୋରିୟମ୍)ରେ ମଧ୍ୟ ଏମ୍ଆଇଏଫ୍ଏଫ୍ ସ୍କ୍ରିନିଂ କରାଯିବ।ଏହି ଅବସରରେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶିକା ନୀରଜା ଶେଖର, ଏନଏଫଡିସିର ଏମଡି ଶ୍ରୀ ପୃଥୁଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏମଆଇଏଫଏଫ ମହୋତ୍ସବ ସ୍ଥଳକୁ ଭିନ୍ନକ୍ଷମ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଲୋକମାନଙ୍କୁ ସୁଲଭ କରିବା ଲାଗି ଏନଏଫଡିସି ପକ୍ଷରୁ ଏକ ଅଣଲାଭକାରୀ ସଂସ୍ଥା ସ୍ୱୟମ ସହ ଭାଗିଦାରୀ କରାଯାଇଛି । ପ୍ରତିନିଧିମାନଙ୍କ ଗସ୍ତ ଅନୁଭୂତିକୁ ବାଧାମୁକ୍ତ କରିବା ଲାଗି ସୁଲଭତା ସମସ୍ୟା ସମାଧାନ କରିବା ଲାଗି ପ୍ରତିନିଧିମାନଙ୍କୁ ସଚେତନ କରିବା ନିମନ୍ତେ ସ୍ୱେଚ୍ଛାସେବୀମାନଙ୍କୁ ସୁଲଭତା ଭାଗିଦାରଙ୍କ ପକ୍ଷରୁ ନିୟୋଜିତ କରାଯିବ।ଉଦଘାଟନୀ/ସମାପନ ସମାରୋହ ଓ ରେଡ୍ କାର୍ପେଟ୍ ମୁମ୍ବାଇର ନରିମନ୍ ପଏଣ୍ଟସ୍ଥିତ ଏନସିପିଏ ଠାରେ ଭବ୍ୟ ଉଦଘାଟନୀ ଓ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଆନିମେସନର ଯାତ୍ରାକୁ ଦର୍ଶାଉଥିବା ଏକ କଳାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷ କରାଯିବା ସହିତ ଉଦଘାନନୀ ସମାରୋହରେ ଶ୍ରୀଲଙ୍କାର ଏବଂ ଉଦଯାପନୀ ସମାରୋହରେ ଆର୍ଜେଣ୍ଟିନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଚଳିତ ବର୍ଷ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଲା ସିନେଫ୍ ପୁରସ୍କାର ଜିତିଥିବା ଏଫଟିଆଇଆଇ ଛାତ୍ରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ସନ୍ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱାନ୍ସ ଟୁ ନୋ” ପ୍ରଦର୍ଶନ କରାଯିବ।