‘ଉଲଝ୍’ ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି

ଜାହ୍ନବୀ କପୁର ତାଙ୍କର ପରବର୍ତ୍ତୀ ରହସ୍ୟମୟ ଫିଲ୍ମ ‘ଉଲଝ୍’ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ ହେବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଜାହ୍ନବୀ କପୁରଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ, ଯାହା ବର୍ତ୍ତମାନ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।ଜାହ୍ନବୀ କପୁରଙ୍କ କୌଣସି ଏକ ଫିଲ୍ମକୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ନିର୍ମାତା ଏହାର ରିଲିଜ୍ ପୂର୍ବରୁ ଅନେକ ସହରରେ ତାଙ୍କ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଆୟୋଜନ କରିବେ। ଜୁଲାଇ ୨୯ରେ ମୁମ୍ବାଇ, ଜୟପୁର, ଅହମ୍ମଦାବାଦ ଏବଂ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ସ୍କ୍ରିନିଂ ବିଷୟରେ ସୋସିଆଲ ମିଡିଆରେ ଜାହ୍ନବୀ କପୁର ସୂଚନା ଦେଇଛନ୍ତି।ଉଲଝ୍‌’ର ପ୍ରିମିୟର ୨ ଅଗଷ୍ଟରେ ହେବାକୁ ଯାଉଛି। ପ୍ରିଭ୍ୟୁ ସ୍କ୍ରିନିଂ ପାଇଁ ଟିକେଟ୍ ୨୭ ଜୁଲାଇରେ ଟିକେଟ୍ ଆଉଟଲେଟରେ ଉପଲବ୍ଧ ହୋଇଥିଲା ଏବଂ ୩୦ ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଏକ ଜବରଦସ୍ତ ପ୍ରତିକ୍ରିୟା ପାଇବା ପରେ ନିର୍ମାତା ଆଉ ତିନୋଟି ସହରରେ ଫ୍ୟାନ୍ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।