ଅଭିନେତ୍ରୀ ସନ୍ନି ଲିଓନ୍ ଭୁବନେଶ୍ବରରେ
ଭୁବନେଶ୍ୱର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିଓନ୍ ଏକ ରଙ୍ଗାରଙ୍ଗ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ସନ୍ଧ୍ୟାରେ ଏକ କ୍ଲବ୍ର ଲାଉଞ୍ଜରେ ତାଙ୍କର କାର୍ଯ୍ୟକ୍ରମ ରହିଥିଲା । ତାଙ୍କର ପ୍ରଶଂସକ, ଶୁଭେଚ୍ଛୁ ତାଙ୍କୁ ଭେଟିବା ଲାଗି ଆଗୁଆ ଟିକେଟ୍ ବୁକ୍ କରି ନେଇଥିଲେ । ସନ୍ନି ଲିଓନ୍ ଭୁବନେଶ୍ୱରର ଏକ ଷ୍ଟାର୍ ହୋଟେଲରେ ତାଙ୍କ ସାଥୀମାନଙ୍କ ସହ ରହିଥିଲେ । ସେ ହୋଟେଲରୁ ବାହାରି ଗାଡ଼ିରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ସମୟରେ ତାଙ୍କ ପ୍ରଶଂସକମାନେ ଫଟୋ ଉଠାଇ ଭାଇରାଲ୍ କରିଥିଲେ । କେହି କେହି ଦୂରରୁ ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ । ମାତ୍ର କଡ଼ା ସୁରକ୍ଷା ଭିତରେ ସେ ହୋଟେଲରୁ ବାହାରି ଯାଇଥିଲେ ।