ଗାୟିକାଙ୍କ ମୃତ୍ୟୁପରେ ଝରୁଛି ଲୁହ

ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପ୍ରଶଂସକମାନେ ତାଙ୍କ ସ୍ମୃତିକୁ ନେଇ ଅନେକ ଲେଖା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । କିଛି ଦିନ ହେଲାଣି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ମଙ୍ଗଳବାର ତାଙ୍କର ଦେହାନ୍ତ ହେବାପରେ ସମସ୍ତେ ତାଙ୍କୁ ଝୁରୁଥିବା ଦେଖାଯାଇଛି । ଶାରଦା ସିହ୍ନା  ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।  ଅକ୍ଟୋବର ୨୧ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।  ସେପ୍ଟେମ୍ବର ୨୨ ତାରିଖରେ ସ୍ବାମୀ ବ୍ରଜକିଶୋରଙ୍କ ମୃତ୍ୟୁପରେ ଶାରଦା ସିହ୍ନା ଭାଙ୍ଗିପଡ଼ିଥି‌ଲେ।ସ୍ବାମୀଙ୍କ ମୃତ୍ୟୁର ସପ୍ତାହେ ପ‌ରେ ଅର୍ଥାତ ଅକ୍ଟୋବର ୧ ତାରିଖରେ ଗାୟିକା ଶାରଦା ସିହ୍ନା ଫେସବୁକରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ସ୍ବାମୀଙ୍କ ସହିତ ତାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ,‘ମୋତେ ଏ କେଉଁ ଉପହାର ଦେଇ ଚାଲିଗଲ ସିହ୍ନା ସାହେବ। ଆପଣଙ୍କ ସହିତ ମୋର ଶେଷ ସାକ୍ଷାତ ସପ୍ଟେମ୍ବର ୧୭ ତାରିଖରେ ହୋଇଥିଲା। ମୁଁ କହିଥିଲି ତିନିଦିନରେ ଫେରି ଆସିବି। ଆପଣ ଆପଣଙ୍କ ଯତ୍ନ ନେବେ। ଆପଣ ବି ମୋ କଥା ଶୁଣି କହିଥିଲେ,‘‘ ବ୍ୟସ୍ତ ହୁଅ ନାହିଁ ମୁଁ ଠିକ ଅଛି… ତୁମେ ଶୀଘ୍ର ଫେରି ଆସିବ।’’