ଅମରନାଥ ଦର୍ଶନ ପରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଟ୍ରୋଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ । ବାବା ଅମରନାଥଙ୍କ ଯାତ୍ରା ପରେ ତାଙ୍କୁ କିଛି ୟୁଜର ଟ୍ରୋଲ କରିଛନ୍ତି ।  ଜଣେ ମୁସଲମାନ ହୋଇ ମଧ୍ୟ ସବୁବେଳେ ହିନ୍ଦୁ ମନ୍ଦିର ଯାଉଥିବାରୁ ଏପରି ଟ୍ରୋଲ କରାଯାଉଛି ।  ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ ପୂଜା କରୁଥିବା ଏବଂ ତାଙ୍କ ଦର୍ଶନ ପାଇଁ କେଦାରନାଥ ଯାଉଥିବା ଦେଖାଯାଏ। ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅଭିନେତ୍ରୀ ହାତରେ ବାଡ଼ି ଧରି ଅମରନାଥ ଯାତ୍ରା କରୁଥିବାର ନଜର ଆସିଛନ୍ତି।