ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେହି ଭିଡିଓରେ ସେ ଦିବ୍ୟଗଂତ ଗାୟିକା ଲତା ମଙ୍ଗେସକରଙ୍କୁ ଅପମାନିତ କରିଛନ୍ତି । ଏହାକୁ ଦେଖି ଏବେ ରାନୁଙ୍କ ଉପରେ ରାଗ ତମତମ ଲତାଙ୍କ ଫ୍ୟାନ୍  । ରାନୁଙ୍କ ଏପରି ଆଚରଣ ଦେଖି ଲୋକ ମାନେ ତାଙ୍କୁ ବହୁ ନିନ୍ଦା କରୁଛନ୍ତି ।
ରେଳଓ୍ବେ ଷ୍ଟେସନରେ ଗୀତ ଗାଉଥିବା ଭିଡିଓ ଭାଇରାଲ ହେବା ପରେ ରାତାରାତି ଲୋକ ଲୋଚନକୁ ଆସିଯାଇଥିଲେ ରାନୁ ମଣ୍ଡଳ । ସବୁ ଆଡେ ତାଙ୍କ କଣ୍ଠସ୍ବରକୁ ଅନେକ ପ୍ରଶଂସା ମିଳିଥିଲା । ଏହା ସହିତ  ଫେମସ୍ ସିଙ୍ଗର ହିମେଶ ରେଶମିୟା ତାଙ୍କୁ ଏକ ଗୀତ ଗାଇବାକୁ ଅଫର ଦେଇଥିଲେ  । ଗୋଟିଏ ପଟେ ରାନୁଙ୍କ ଭାଗ୍ୟ ଚମକିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାନୁଙ୍କ ଖରାପ ବ୍ୟବହାର ଯୋଗୁ ଲୋକେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଲେ  । ଆଉ ଧୀରେ ଧୀରେ ସେ ଲୋକ ଲୋଚନରୁ ହଜି ଗଲେ । କିନ୍ତୁ ସୋସିଆଲ ମିଡିଆରେ ମଝିରେ ମଝିରେ ତାଙ୍କର କିଛି କିଛି ଭିଡିଓ ଭାଇରାଲ ହେଉଥିଲା , ଯାହାକୁ ଦେଖି ୟୁଜର୍ସ ମାନେ ତାଙ୍କର ଥଟ୍ଟା ଉଡାଉଥିଲେ । ଏଥର କିନ୍ତୁ ସେ ଲତା ମଙ୍ଗେସକରଙ୍କ ଭଳି ସୂର ସମ୍ରାଜ୍ଞୀ ଗାୟିକାଙ୍କୁ ଏପରି ପରିହାସ କରି କିଛି କହିଛନ୍ତି ଯାହାକୁ ଶୁଣି ଜନତା ମାନେ ତାଙ୍କୁ ପ୍ରବଳ ମାତ୍ରାରେ ନିନ୍ଦା କରୁଛନ୍ତି  ଓ  ସେ ନିଜର ସୀମା ଉଲଘଂନ କରିଛନ୍ତି ବୋଲି ଲୋକ ମାନେ କହୁଛନ୍ତି । ଏଥି ସହିତ ସଭିଏଁ ତାଙ୍କୁ ଟ୍ରୋଲ କରୁଛନ୍ତି ।