ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ରାଜସ୍ଥାନ: ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରାଙ୍କ ଆଜି ହେବ ବାହାଘର । । ଦୁହେଁ ରାଜକୀୟ ଅନ୍ଦାଜରେ ରାଜସ୍ଥାନ ଉଦୟପୁରରେ ବିବାହ କରିବେ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ସାଢେ ୧୧ଟାରେ ହଳଦୀ ମହେନ୍ଦୀ ନୀତି ସମ୍ପନ୍ନ ହୋଇଛି । ଦୁହେଁ ପରିବାର ଲୋକଙ୍କ ଗହଣରେ ହଲଦୀ ଲଗାଇ ବିବାହର ସ୍ବାଗତ କରିଛନ୍ତି । ଶୁକ୍ରବାରଠାରୁ  ଉଭୟ ପରିବାରର ସଦସ୍ୟ ଉଦୟପୁରରେ ପହଞ୍ଚିଛନ୍ତି । ଉଭୟ ବରକନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ପରିଣୀତି-ରାଘବଙ୍କ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା । ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍ସୋରରେ ଚାଲିଛି ।