ରାଘବ-ପରିଣୀତିଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ଲୁଚି ଲୁଚି ପ୍ରେମ କରୁଥିଲେ । କ୍ୟାମେରା ଆଗରେ ଧରାପଡ଼ିବା ପରେ ଏବେ ସତସତିକିଆ ବାହାଘର ହେବ ।  ମେ ୧୩ରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି । ପୂର୍ବରୁ ଦୁହିଁଙ୍କ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ସତ ହେବାକୁ ଯାଉଛି ରାଜନେତା ଓ ଅଭିନେତ୍ରୀଙ୍କ ବାହାଘର । ରାଘବଙ୍କ ଘର ଓ ବାହାରେ ଆକର୍ଷଣୀୟ ଆଲୋକମାଳା ସହ ଫୁଲରେ ସୁସଜ୍ଜିତ ହୋଇଥିବା ନଜର ଆସିଛି । ପରିଣୀତି ତାଙ୍କର ନିର୍ବନ୍ଧରେ ଏକ କ୍ରିମ୍ ରଙ୍ଗର ସୁଟ୍ ପିନ୍ଧି ସୁନ୍ଦର ଦିଶୁଥିଲେ। ଅନ୍ୟ ପଟେ, ରାଘବ ଚଢ଼ା ଧଳା କୁର୍ତ୍ତା ପାଇଜାମାରେ ପରିଣୀତିଙ୍କ ଲୁକକୁ ମ୍ୟାଚ କରୁଥିବା ଦେଖାଯାଇଥିଲା। ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ଭଉଣୀ ପ୍ରିୟଙ୍କା ଚୋପ୍ରା । ସେହିପରି ଅତିଥି ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଯୋଗଦେଇଥିଲେ ।