ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ
ନୂଆଦିଲ୍ଲୀ: ଧୁମ ମଚାଉଛି ଗଦର ଫିଲ୍ମ। ଗଦର-୨ ପଛକୁ ରହିଛି ଓମଜି-୨ । ଗଦର ଦୁଇ ଶହ କୋଟି ପାର କରିଥିବା ବେଳେ ଓଏମଜି ତା ପଛକୁ ରହିଛି । ସ୍ବାଧୀନତା ଦିବସ ପୂର୍ବରୁ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ’ଓଏମଜି-୨’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ । ରିଲିଜର ୫ଦିନ ମଧ୍ୟରେ ଏହି ଫିଲ୍ମ ୭୦ କୋଟି ପାର କରିଛି । ସ୍ବାଧୀନତା ଦିବସ ଅବସରରେ ଭଲ ବ୍ୟବସାୟ କରିଛି । ସୋମବାର ୧୨ କୋଟିର ଅଧିକ ରୋଜଗାର କରିଥିବାବେଳେ ସ୍ବାଧୀନତା ଦିବସ ଅବସରରେ ୧୫ କୋଟି ରୋଜଗାର କରିଛି । ରିଲିଜ ଦିନ ଅଥବା ଶୁକ୍ରବାର ୧୦ କୋଟି ଆୟ କରିଥିଲା । ମାତ୍ର ଏହାପରେ ଫିଲ୍ମର ଲୋକପ୍ରିୟତା ବଢ଼ିବା ସହ ରୋଜଗାର ମଧ୍ୟ ବଢ଼ିଛି ।