ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ବୁଦ୍ଧାଦିତ୍ୟ ମହାନ୍ତି

ଲୋକପ୍ରିୟ ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। ସେ ଥଣ୍ଡା, ଜ୍ବରରେ ପୀଡ଼ିତ ହୋଇ କଟକର ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣଜନୀତ ସମସ୍ୟା ପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିବା ଡାକ୍ତରମାନେ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି।

ବୁଦ୍ଧାଦିତ୍ୟ ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ଓ ଦୂରଦର୍ଶନ ଉପସ୍ଥାପକ । ୨୦୦୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଆଇ ଲଭ୍ ମାଇଁ ଇଣ୍ଡିଆ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ବୁଦ୍ଧାଦିତ୍ୟ ମହାନ୍ତି  ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ  ପୁଅ ଓ ମହାଶ୍ୱେତା ରାୟଙ୍କ ପୁତୁରା । ବୁଦ୍ଧାଦିତ୍ୟ  ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା ହୋଇଥିବାରୁ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା  କରୁଛନ୍ତି ।

ବୁଦ୍ଧାଦିତ୍ୟଙ୍କ ଅଭିନୀତ ସିନେମା

ଲୋଫର୍ (୨୦୧୧)

ସଞ୍ଜୁ ଆଉ ସଞ୍ଜନା (୨୦୧୦)

ତୁ ଥିଲେ ମୋ ଡର କାହାକୁ (୨୦୧୦)

ପ୍ରେମ ରୋଗୀ (୨୦୦୯)

ପାଗଳ କରିଛି ପାଉଁଜି ତୋର (୨୦୦୯)

ନନ୍ଦିନୀ ଆଇ ଲଭ ୟୁ (୨୦୦୮)

Leave a comment