ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା

ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା  ।  ‘ଚନ୍ଦ୍ରଯାନ-୩’ର ସଫଳତାକୁ ସମଗ୍ର ଦେଶ ପାଳନ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଗର୍ବିତ ଥିବା ଜଣାଇଛନ୍ତି। ଇନଷ୍ଟା ଷ୍ଟୋରୀରେ ଇସ୍ରୋର ମହିଳା ବୈଜ୍ଞାନିକଙ୍କ ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, ଏମାନେ ହେଉଛନ୍ତି ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରାର ପ୍ରତୀକ।ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଥିଲେ। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’।