କଙ୍ଗନା ରାନାୱତ ଙ୍କ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ‘ଚନ୍ଦ୍ରମୁଖୀ’ର ପ୍ରଥମ ଭାଗ ୨୦୦୫ରେ ରିଲିଜ୍ ହୋଇଥିଲା। ଏବେ ଏହାର ସିକ୍ବେଲ ନିର୍ମାଣ କରାଯାଇଥିବା ବେଳେ ଏଥିରେ ସୁପରଷ୍ଟାର ଜ୍ୟୋତିକାଙ୍କ ସ୍ଥାନ ନେଇଛନ୍ତି କଙ୍ଗନା। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ। ଏମଧ୍ୟରେ କଙ୍ଗନା ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ କରି ନିଜର ପ୍ରଶଂସା କରିଥିବା ଦେଖାଯାଇଛି। ପୋଷ୍ଟରେ ସେ ନିଜକୁ ଜ୍ଞାନୀ ଓ ବ୍ୟାଟମ୍ୟାନ୍ କହିଛନ୍ତି।ଏହା ସହ ରାଘବ ଲରେନ୍ସ,ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସି ରଜନୀକାନ୍ତଙ୍କ ସ୍ଥାନ ନେଇଛନ୍ତି। ପ୍ରଥମ ଭାଗରେ ରଜନୀକାନ୍ତ ବେଟ୍ଟିୟନ ରାଜାଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ‘ଚନ୍ଦ୍ରମୁଖୀ-୨’ ସହ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସ’ ଓ ‘ତେଜସ’ ରିଲିଜ୍ ଅପେକ୍ଷାରେ ରହିଛି।