ଯବାନ ଫିଲ୍ମ ଅଗ୍ରୀମ ବୁକିଂଚାଲିଛି

ଶାହାରୁଖ ଖାନଙ୍କ ‘ଯବାନ’ର କ୍ରେଜ ରିଲିଜ ହେବା ପୂର୍ବରୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଫିଲ୍ମର ଟିକେଟ ଖୁବ ଜୋରରେ ବୁକିଂ ହେବାରେ ଲାଗିଛି। ବିଶେଷକରି ଦିଲ୍ଲୀ ଏବଂ ମୁମ୍ବାଇରେ ଫିଲ୍ମର ଟିକେଟ୍ ସର୍ବାଧିକ ବିକ୍ରି ହେଉଛି ।  ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଫିଲ୍ମର ଅଗ୍ରୀମ ବୁକିଂ ଚାଲିଛି। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରଣ୍ଡ କରାଯାଉଥିଲେ ମଧ୍ୟ ଏହି ଫିଲ୍ମ ଗଦର ଭଳି ଆୟ କରିପାରିବ ନାହିଁ ବୋଲି ସମୀକ୍ଷକମାନେ କହୁଛନ୍ତି । ଯବାନ 2D ହିନ୍ଦୀ ସଂସ୍କରଣ ପାଇଁ ୫ ଲକ୍ଷ ୨୯ ହଜାରରୁ ଅଧିକ ଟିକେଟ୍ ଏବଂ ହିନ୍ଦୀ IMAX ପାଇଁ ୧୧ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି । ତାମିଲ ସଂସ୍କରଣ ପାଇଁ ୧୯ ହଜାର ଟିକେଟ୍ ଏବଂ ତେଲୁଗୁ ସଂସ୍କରଣ ପାଇଁ ୧୬ ହଜାର ଟିକେଟ୍ ବିକ୍ରି ହୋଇଛି ।