ସନ୍ଧ୍ୟା ଆରତୀ ବେଳେ ଅଘଟଣ: ନିଆଁରେ ପୋଡ଼ି ହୋଇ ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର
ଭୁବନେଶ୍ୱର: ଘଟିଛି ଏକ ଦୁଃଖଦ ଘଟଣା। ସନ୍ଧ୍ୟା ଆରତୀ ଦେଉଥିବା ସମୟରେ ଅସାବଧାନତା ବଶତଃ ନିଆଁ ସଂସ୍ପର୍ଶରେ ଆସି ଅଭିନେତା ଜ୍ୟୋତିଙ୍କ ପତ୍ନୀ ସିମରନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ହେଲଥ ଭିଲାରେ ଭର୍ତ୍ତି କରାଯାଇଛି। ସିମରନ ଜଣାଶୁଣା ଚେହେରା । ସେ ୟୁଟ୍ୟୁଭ ଭିଡିଓ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ପ୍ରତିଦିନ ଭଳି ସିମରନ ସନ୍ଧ୍ୟା ସମୟରେ ଘର ଠାକୁର ଘରେ ଆରତୀ କରୁଥିଲେ। ଆରତୀ ସମୟରେ ବ୍ୟବହୃତ ଦୀପ କିମ୍ବା କପୂରରୁ ହଠାତ୍ ନିଆଁ ତାଙ୍କ ପୋଷାକକୁ ବ୍ୟାପି ଯାଇଥିଲା। ସିମରନ କିଛି ବୁଝିବା ପୂର୍ବରୁ ନିଆଁ ସାରା ଶରୀରରେ ବ୍ୟାପି ଯାଇଥିଲା। ତାଙ୍କର ଚିତ୍କାର ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ, ମାତ୍ର ସେତେବେଳକୁ ସେ ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ସିମ୍ରନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ସିମ୍ରନଙ୍କ ଶରୀରର ପ୍ରାୟ ୪୦ରୁ ୫୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସେ ଡାକ୍ତରୀ ଦଳର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଛନ୍ତି।