ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ

ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଲେ ଅଲୁ ଅର୍ଜୁନ  ।  ଗତକାଲି ରାତିରେ ସେ ଜେଲରୁ ବାହାରିପାରିନଥିଲେ । ହାଇକୋର୍ଟଙ୍କ କପି ପହିଁଚିବାରେ ବିଳମ୍ଭ ହୋଇଥିଲା ।  ସୁପରଷ୍ଟାର ଅଲ୍ଲୁ ଅର୍ଜୁନ  ସକାଳେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଛନ୍ତି।

ଗତକାଲି ତାଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ବି ଆଦେଶନାମା ପହଞ୍ଚିବାରେ ବିଳମ୍ବ ହେତୁ ଅଲ୍ଲୁ ଅର୍ଜୁନଙ୍କୁ ଜେଲରେ ରାତି କଟାଇବାକୁ ପଡ଼ିଥିଲା। ଅଲ୍ଲୁ ଅର୍ଜୁନଙ୍କୁ ଉଚ୍ଚ ନ୍ୟାୟାଳୟ  ୪ ସପ୍ତାହର ଅନ୍ତରୀଣ ଜାମିନ ଦେବା ପରେ ଜେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ନିଜ ପ୍ରିୟ ହିରୋଙ୍କୁ ସ୍ୱାଗତ କରିବା ପାଇଁ ଜେଲ ବାହାରେ ପ୍ରଶଂସକ ଭିଡ଼ ଜମାଇଥିଲେ। ତେବେ ସ୍ଥିତିକୁ ଦେଖି ଜେଲ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।