‘ଗଦର-୨’ ହେବ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର ୨’କୁ ରିଲିଜ୍‌ ହେବାର ୪୦ ଦିନ ହୋଇଗଲାଣି। ତେବେ ଜାଣିବାକୁ ମିଳିଛି ଯେ ସିନେମାର ରାଇଟ୍‌ସ ବା ଅଧିକାର ଓଟିଟି ପ୍ଲାଟ୍‌ଫର୍ମ ଜି୫କୁ ମିଳିଛି। ଫିଲ୍ମଟି  ଅକ୍ଟୋବର ୬ ତାରିଖରେ ଏଠାରେ ରିଲିଜ୍‌ ହେବ। ଏବେ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ଟଙ୍କା ଆୟ କରିବା ପରେ ଏହା ବଲିଉଡ୍‌ର ଖୁବ୍ ଅଧିକ ରୋଜଗାର କରିଥିବା ସିନେମା ମଧ୍ୟରେ ସାମିଲ୍‌ ହୋଇଯାଇଛି। ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲଙ୍କ ଫିଲ୍ମ ‘ଗଦର ୨’ ବଡ ପରଦାରେ ହଇଚଇ ସୃଷ୍ଟି କରିବା ପରେ ଏବେ ପ୍ରଶଂସକମାନଙ୍କ ପାଇଁ  ଭଲ ଖବର ରହିଛି।