ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା
ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ଉଭୟ ପକ୍ଷ କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ କରିଥିଲେ।ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୪ ସପ୍ତାହ ମଧ୍ୟରେ ଯୁକ୍ତି ଉପସ୍ଥାପନ ଶେଷ ହେବ। ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଅଧିକାଂଶ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିବା ନେଇ କହିଛନ୍ତି ବର୍ଷାଙ୍କ ଓକିଲ।