ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି
ରଣବୀରଙ୍କ ଅଭିନୀତ ଧୁରନ୍ଧରକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଥିବା ସାରା ଅର୍ଜୁନଙ୍କ ଅଭିନୟକୁ ବେଶ ଭଲ ପାଇବା ମିଳିଛି । ରଣବୀରଙ୍କ ଠାରୁ ବହୁତ କମ ବୟସର ହେଉଛନ୍ତି ସାରା । ସାର ଏବେ ମାତ୍ର ୨୦ ବର୍ଷୀୟ ଅଭିନେତ୍ରୀ । ହିନ୍ଦୀ ଏବଂ ତାମିଲ ଫିଲ୍ମରେ ସେ ଅଭିନୟ କରିଥିବାବେଳେ ଦର୍ଶକେ ତାଙ୍କୁ ବେଶ ଭଲ ପାଇବା ଦେଇଛନ୍ତି । ତେବେ ସାରାଙ୍କର ଫ୍ୟାଶନ ପ୍ରତି ବେଶ ଆଗ୍ରହ ରହିଛି । ତାଙ୍କର ବହୁ ସୁନ୍ଦର ଫଟୋ ସବୁ ରହିଛି ।
‘ଧୁରନ୍ଧର’ର କାହାଣୀ କାନ୍ଦାହାର ଉଡ଼ାଜାହାଜ ଅପହରଣରୁ ଆରମ୍ଭ କରି ସଂସଦ ଆକ୍ରମଣ ଓ ୨୬/୧୧ ଆକ୍ରମଣ ଭଳି ବାସ୍ତବିକ ଘଟଣାକୁ ଏକ କାଳ୍ପନିକ ମିସନ ସହିତ ଗୁନ୍ଥିବାକୁ ଉଦ୍ୟମ କରିଛି। ପାକିସ୍ତାନ ରଚିତ ଆତଙ୍କବାଦର ଉତ୍ତର ରୂପେ ‘ଧୁରନ୍ଧର’ ମିସନ ଆରମ୍ଭ କରାଯାଉଛି, ଯାହାର ଲକ୍ଷ୍ୟ ହେଉଛି ପାକିସ୍ତାନୀ ଆତଙ୍କବାଦର ହୃଦ୍ସ୍ଥଳକୁ ପ୍ରବେଶ କରି ତାକୁ ଦୋହଲାଇଦେବା। କାହାଣୀର ସାବଲୀଳ ଅବତାରଣା ପାଇଁ ନିର୍ଦେଶକ ତଥା ଲେଖକ ଆଦିତ୍ୟଙ୍କର ଯେତେ ପ୍ରଶଂସା କଲେ କମ୍ ହେବ। କାରଣ ଚଳଚ୍ଚିତ୍ରରେ ଗୁଡ଼ିଏ ଚରିତ୍ର ଓ ଘଟଣାବଳୀ ପ୍ରଦର୍ଶିତ ହୋଇଥିଲେ ହେଁ କୌଣସି ଜାଗାରେ ସଂଶୟର ଅବକାଶ ସୃଷ୍ଟି ହୁଏ ନାହିଁ। ଏ ଦିଗରେ ପ୍ରବୀଣ ଅଭିନେତାଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ। ଭାରତୀୟ ଗୁପ୍ତଚର ହମଜା ଆଲୀ ମାଜାରୀ ଚରିତ୍ରରେ ରଣବୀର ସିଂହ ଖୁବ୍ ସଂଯମୀ ଅଭିନୟ କରିଛନ୍ତି, ଯାହା ସେହି ଚରିତ୍ରର ରହସ୍ୟମୟ ଦିଗକୁ ମଧ୍ୟ ନ୍ୟାୟ ଦେଇଛି।
ରଣବୀର ପ୍ରମାଣ କରିଦେଇଛନ୍ତି ଯେ ଭୂମିକା ଯେତେ ଆହ୍ବାନପୂର୍ଣ୍ଣ ହେଉ, ସେ ନିଜର ନିପୁଣତା ପ୍ରମାଣିତ କରିପାରିବେ। ଯଦି ଅନ୍ୟ କାହାର ଆଭା ରଣବୀରଙ୍କୁ ଅତିକ୍ରମ କରିଯାଇଛି, ସେ ହେଉଛନ୍ତି ଗ୍ୟାଙ୍ଗଷ୍ଟର୍ ରେହମାନ ଡକାଏତ ଭାବେ ଅକ୍ଷୟ ଖନ୍ନା। ସେହିପରି ଆଇଏସ୍ଆଇ ଏଜେଣ୍ଟ ମେଜର ଇକ୍ବାଲ୍ ଭାବେ ଅର୍ଜୁନ୍ ରାମପାଲ ଅଳ୍ପ ଅବଧିରେ ଗଭୀର ପ୍ରଭାବ ସୃଷ୍ଟି କରିଛନ୍ତି। ଏସ୍ପି ଚୌଧୁରୀ ଅସଲମ ଭୂମିକାରେ ସଞ୍ଜୟ ଦତ୍ତଙ୍କ ଅଭିନୟ ସବୁଠାରୁ ସ୍ବଭାବସୁଲଭ ଲାଗିଲା। ତେବେ ଆଇବି ମୁଖ୍ୟ ଅଜୟ ସାନ୍ୟାଲ ଭାବେ ଆର୍. ମାଧବନଙ୍କ ଅଭିନୟରେ କିଛି ଭୁଲ୍ ନାହିଁ, କିନ୍ତୁ ତାଙ୍କ ଚରିତ୍ର ସବୁଠାରୁ କମ୍ ସ୍ମରଣଯୋଗ୍ୟ ମନେ ହେଲା। ଏହି ଚଳଚ୍ଚିତ୍ରର ସବୁଠାରୁ ଦୁର୍ବଳ ଚରିତ୍ର ହେଉଛି ୟାଲିନା (ସାରା ଅର୍ଜୁନ), ଯିଏ ହାମଜା ପରି ଜଣେ ‘ଗୁଣ୍ଡା’କୁ କେବଳ ଭଲ ପାଉ ନାହିଁ, ନିଜ ମନ୍ତ୍ରୀ ପିତା ଓ ଡାକ୍ତର ହେବାର ମହତ୍ତ୍ବାକାଂକ୍ଷା ଛାଡ଼ି ତାକୁ ବିବାହ କରିବାକୁ ଚାଲିଆସୁଛି।