ବକ୍ସ ଅଫିସରେ ରାଜ କରୁଛି ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର’ଧୁରନ୍ଧର’ ,୧୫୦ କୋଟିରୁ ଅଧିକ ଆୟ
ରଣଭୀର ସିଂଙ୍କ ଆକ୍ସନ-ସ୍ପାଏ ଥ୍ରୀଲର’ଧୁରନ୍ଧର’ ବକ୍ସ ଅଫିସରେ ରାଜ କରୁଛି। ୨୦୨୫ର ସବୁଠାରୁ ବଡ଼ ବକ୍ସ ଅଫିସ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ହାଇ ପ୍ରୋଫାଇଲ ଫିଲ୍ମଟି ଡିସେମ୍ବର ୫ ତାରିଖରେ ଥିଏଟରରେ ରିଲିଜ୍ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ପ୍ରଶଂସାଯୋଗ୍ୟ ସମୀକ୍ଷା ପାଇଛି । ଫିଲ୍ମ ରିଲିଜର ୫ ଦିନରେ ପହଞ୍ଚିଥିବା ବେଳେ ଦମଦାର ପ୍ରଦର୍ଶନ ସହ ୧୫୦ କୋଟିରୁ ଅଧିକ ଆୟ କରି ସଫଳତା ହାତେଇଛି ।
‘ଧୁରନ୍ଧର’ବକ୍ସ ଅଫିସ କଲେକ୍ସନ
ରଣଭୀର ସିଂ ଅଭିନୀତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୫, ୨୦୨୫ (ଶୁକ୍ରବାର) ରେ ୨୮ କୋଟି ଟଙ୍କାର ଏକ ବଡ଼ ଓପନିଂ କରିଥିଲା ଏବଂ ପ୍ରଶଂସାର ପାତ୍ର ହୋଇଥିଲା । ଦ୍ୱିତୀୟ ଦିନରେ, ଧୁରନ୍ଧର ଦର୍ଶକଙ୍କ ସଂଖ୍ୟା ୧୪.୨୯ ପ୍ରତିଶତ ବୃଦ୍ଧି ପାଇ ଘରୋଇ ବକ୍ସ ଅଫିସରେ ୩୨ କୋଟି ଟଙ୍କା ଆୟ କରିଥିଲା । ରବିବାର ଦିନ ଏହି ଚଳଚ୍ଚିତ୍ରଟି ୩୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୪୩ କୋଟି ଟଙ୍କା ଆୟ କରିଥିଲା । ଏକ ଶକ୍ତିଶାଳୀ ପ୍ରଦର୍ଶନ ସହ ‘ଧୁରନ୍ଧର’ କେବଳ ଭାରତରେ ୧୦୩ କୋଟି ଟଙ୍କା ଆୟ କରି ପ୍ରଥମ ସପ୍ତାହ ଶେଷ କରିଥିଲା । ପୁଣି ୪ର୍ଥ ଦିନ ଅର୍ଥାତ୍ ସୋମବାର, ଧୁରନ୍ଧର ୨୩.୨୫ କୋଟି ଟଙ୍କା ରୋଜଗାର କରିଥିଲା, ଯାହା ପ୍ରଥମ ଥର ପାଇଁ ୪୫ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା । ତଥାପି, ମଙ୍ଗଳବାର ଦିନ, ବକ୍ସ ଅଫିସରେ ଏହାର ପଞ୍ଚମ ଦିନରେ, ସ୍ପାଏ ଆକ୍ସନର୍ ୨୬.୫୦ କୋଟି ଟଙ୍କା ଆୟ କରି ପୁଣି ଥରେ ଜଲୱା ଦେଖାଇଛି । ଯାହା ୧୩.୯୮ ପ୍ରତିଶତ ବୃଦ୍ଧି ପାଇଛି, ଯାହା ପାଞ୍ଚ ଦିନର ମୋଟ ଆୟକୁ ୧୫୨.୭୫ କୋଟି ଟଙ୍କାରେ ପହଞ୍ଚିଛି ।