ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥାବସ୍ଥା ଗୁରୁତର
ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ରଥମେ ଏମ୍ସର ଜରୁରୀକାଳୀନ ମେଡିସିନ ବିଭାଗ ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସିତ ହେଉଥିବା ରାଜୁ ଶ୍ରୀବାସ୍ତଙ୍କ ଅବସ୍ଥା କ୍ରମଶଃ ଖରାପ ହେବାକୁ ଲାଗିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନରେ କଥା ହୋଇଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରିଛନ୍ତି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜୁଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ଯୋଗୀ ।